Homebreaking newsବିଲ ପାଣି ଭିତରୁ ମୁଣ୍ଡବିହୀନ ଶବ ଉଦ୍ଧାର

ବିଲ ପାଣି ଭିତରୁ ମୁଣ୍ଡବିହୀନ ଶବ ଉଦ୍ଧାର

ବଲାଙ୍ଗିର, (୨୦/୦୮) : ଆପ୍ର : ବିଲ ଭିତରେ ଥିବା ପାଣିରେ ପଡିଛି ମୁଣ୍ଡ ବିହୀନ ମୃତ ଦେହ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ’ ହାଇସ୍କୁଲ ନିକଟ ପାଣିଟାଙ୍କି ନିକଟରେ ଥିବା ବିଲ ପାଣିରେ ମୁଣ୍ଡବିହିନ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଥିଲା ମୃତଦେହକୁ ଦେଓଗାଁ ପୁଲିସ ଜବତ କରିଛି ।

ଏଭଳି ଚାଞ୍ଚଲ୍ୟକର ଘଟଣା ବଗଡ଼ା ତଥା ଦେଓଗାଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତଦେହର ମୁଣ୍ଡ ନ ଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ, ବଗଡ଼ା ପାଣି ଟାଙ୍କି ନିକଟ ବିଲ ଭିତରେ ଜମିଥିବା ପାଣିରେ ଏକ ମୁଣ୍ଡବିହିନ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଖବର ମିଳିଥିଲା । କୌଣସି ଦୁର୍ବୃତ୍ତ ହତ୍ୟା ପରେ ମୁଣ୍ଡ ନେଇ ଫେରାର ହୋଇଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦେଓଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେହି ଗୁଣି ଗାରେଡ଼ି କରି ସମ୍ପୃକ୍ତ ମୃତକଙ୍କୁ ହତ୍ୟା କରି ଫିଙ୍ଗିଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି । ବଲାଙ୍ଗିର ଏସଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କ ନେତୃତ୍ତ୍ଵରେ ଦେଓଗାଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ସହ ହତ୍ୟାକାଣ୍ଡ କାରଣ ଉନ୍ମୋଚନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments