Homeaccident"ଅଭିଶପ୍ତ ଡିଭାଇଡର " ଡିଭାଇଡ଼ର ଉପରକୁ ଚଢିଯାଇ ଓଲଟିବା ସଙ୍ଗେ ଜଳିଗଲା ୧୪ ଚକିଆ ଟ୍ରକ,...

“ଅଭିଶପ୍ତ ଡିଭାଇଡର ” ଡିଭାଇଡ଼ର ଉପରକୁ ଚଢିଯାଇ ଓଲଟିବା ସଙ୍ଗେ ଜଳିଗଲା ୧୪ ଚକିଆ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ସୁବର୍ଣ୍ଣପୁର, (୨୦/୦୮) : ଆପ୍ର : ସୋନପୁର-ବିନିକା-ରାମପୁର -ଡୁଙ୍ଗୁରିପାଲି ଜାତୀୟ ରାଜପଥ ୧୨୬(ଏ) ବିନିକା ଥାନ ବିନିକା ପାପକ୍ଷୟ ଗେଟ ନିକଟ ହରି ଓମ ହିରୋ ଶୋରୁମ ଶମ୍ବୁଖରେ ଓଡି ୦୨ ଏଭି ୮୬୦୮ ନମ୍ବର ବିଶିଷ୍ଟ ୧୪ ଚକିଆ କୁକୁଡ଼ା ଦାନା ବୋଝେଇ ଟ୍ରକ ଡିଭାଇଡର ଉପରକୁ ଚଢିଯାଇ ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଘସିହୋଇ ଯାଇଥିଲା, ଫଳରେ ଗାଡିଟି ଓଲଟି ଯିବା ସଙ୍ଗେ ସଙ୍ଗେ ଗାଡିଟି ଜଳି ଯାଇଛିWhatsApp Image 2026 08 20 at 17.05.16

ସୋଭାଗ୍ୟ ବଶତଃ ଡ୍ରାଇଭର ସାମାନ୍ୟ ଆହତ ହୋଇ ଅଳ୍ପକେ ବଞ୍ଚି ଯାଇଛନ୍ତି । ସୂଚନାରୁ ପ୍ରକାଶ ଯେ, ଟ୍ରକଟି ନୟାଗଡର ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ କୁକୁଡ଼ା ଦାନା ନେଇ ବରଗଡ଼ ଜିଲ୍ଲାକୁ ଯାଉଥିଲା । ରାତି ଅଧରେ ନିଛାଟିଆ ରାସ୍ତା ଦେଖି ଟ୍ରକଟି ଦ୍ରୁତ ଗତିରେ ଆସୁଥିଲା, ବିନିକା ସହରର ପ୍ରାରମ୍ଭ ଅର୍ଥାତ ପାପକ୍ଷୟ ଛକ ନିକଟରେ ତିଆରି ହୋଇଥିବା ଡିଭାଇଡର କୁ ଡ୍ରାଇଭର ଦେଖି ନପାରି ଡିଭାଇଡର ଉପରକୁ ଗାଡି ଚଢାଇ ଦେଇଥିଲେ । ଫଳରେ ଟ୍ରକ ଟି ରାସ୍ତାର ଡାହାଣ ପାର୍ଶ୍ୱରେ ଓଲଟି ପଡିବା ସହିତ ଟ୍ରକରେ ନିଆଁ ଲାଗି ଜଳିଗଲା । ଟ୍ରକର ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଛି ।WhatsApp Image 2026 08 20 at 17.05.20

ଖବର ପାଇ ବିନିକା ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ବ୍ୟସ୍ତବହୁଳ ଏହି ରାସ୍ତାଟି ରାମପୁର ପଟରୁ ଏବଂ ସୋନପୁର ପଟରୁ ଏକ ଥାକିଆ ହୋଇ ଆସିଥିବା ବେଳେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଡଭଲା ଛକ ନିକଟରେ ଏବଂ ପାପକ୍ଷୟ ଛକ ନିକଟରେ ଦୁଇ ଥାକିଆ ହୋଇଛି ଏବଂ ରାସ୍ତା ମଝିରେ ନିର୍ମିତ ହୋଇଛି ଡିଭାଇଡର ।ଡିଭାଇଡର କେଉଁଠି ଆରମ୍ଭ ଓ କେଉଁଠି ଶେଷ ସେ ନେଇ କୌଣସି ଆଖିଦୃଶିଆ ସଂକେତ କିମ୍ବା ସୂଚନା ଫଳକ ନାହିଁ l ସେହିପରି ଉକ୍ତ ରାସ୍ତାଟି କେଉଁଠି ଓସାରିଆ ତ କେଉଁଠି ଅଣଓସାରିଆ ହୋଇଛି, କୌଣସି ଜାଗାରେ ଠିକ ଭାବେ ସୂଚନା ଫଳକ କିମ୍ବା ରାସ୍ତା ପାରିହେବା ପାଇଁ ଜେବ୍ରା କ୍ରସିଂ ଚି଼ହ୍ନ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ।

ଏଇ ୩ ମାସ ମଧ୍ୟରେ ଡିଭାଇଡର ପାଇଁ ୧୫ ଟିରୁ ଉର୍ଦ୍ଧ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ସାରିଲାଣି । ଏମିତି ଅନେକ ଛୋଟ ବଡ଼ ଦୁର୍ଘଟଣା ହେଉଥିଲେ ହେଁ ଭଗବାନଙ୍କ ଦୟାରୁ ଆଜି ପର୍ଯ୍ୟନ୍ତ କେବେ କାହାରି ଜୀବନ ଏପର୍ଯ୍ୟନ୍ତ ଯାଇନି । ଠିକାଦାର ମାନଙ୍କ ମନଇଚ୍ଛା ଓ ଅଧପନ୍ତରିଆ କାମ, ଏବଂ ନିମ୍ନମାନର କାମ ଯୋଗୁଁ ଏମିତି ବାରମ୍ବାର ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ପୂର୍ତ୍ତ ବିଭାଗ, ଜିଲ୍ଲା ପ୍ରଶାସନ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହାନ୍ତି । ପ୍ରଶାସନର ନୀରବତା କୁ ଅଞ୍ଚଳବାସୀ ନିନ୍ଦା କରୁଛନ୍ତି । ବୋଧ ହୁଏ କିଛି ଲୋକଙ୍କ ଜୀବନ ଗଲାପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ । ଏହି ଅଞ୍ଚଳକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରିବା ସହିତ ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଜନସାଧାରଣ ଦାବୀ କରିଛନ୍ତି l ଖବର ପାଇ ବିନିକା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ରାସ୍ତା ଖାଲି କରିବା ସହ ଟ୍ରକକୁ ଜବତ କରି ତଦନ୍ତ ଜାରି ରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments