Homelocalବିନିକା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିନିକା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (୦୨/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗଡ଼ଭିତର ସ୍ଥିତ ଜଗନ୍ନାଥ ମନ୍ଦିର ସଭାଗୃହରେ ଚଳିତ ବର୍ଷ ରଥଯାତ୍ରା ପରିଚାଳନା ପାଇଁ ବିନିକା ତହସିଲଦାର ରସ୍ନା ଭୋଇଙ୍କ ସଭାପତିତ୍ୱ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ରଥ ନିର୍ମାଣ କମିଟୀ, ମନ୍ଦିର ରଙ୍ଗମରା କମିଟୀ, ରଥ ଟଣା କମିଟୀ,ଅର୍ଥ ସଂଗ୍ରହ କମିଟୀ, ପୂଜା ପରିଚାଳନା କମିଟୀ, ଶାନ୍ତି ଶୃଙ୍ଖଳା ପରିଚାଳନା କମିଟୀ ଆଦି ଗଠନ କରାଯାଇ ଦାୟିତ୍ୱ ଦିଆଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ଥାନାଧିକାରୀ ଅନିତା କିଡୋ, ଏସ.ଆଇ ମାରୁତ ଚନ୍ଦ୍ର ପଧାନ, ଏନଏସି ଅଧକ୍ଷ ସୁବାଷ ଚନ୍ଦ୍ର ଭୁଏ, ଆର ଆଇ ସୁନୀଲ ଘିବିଲା, ବରିଷ୍ଠ ସଦସ୍ୟ ଶୀତଳ ପ୍ରସାଦ ମହାକୁର, ଅଜିତ ପଣ୍ଡା, ଆଇନଜୀବୀ ସୁଧାଂଶୁ ଶେଖର ଦାଶ, ଉମାବଲ୍ଲଭ ଷଢଙ୍ଗୀ, ନାରାୟଣ ପାଢ଼ୀ, ସୂର୍ଯ୍ୟନାରାୟଣ ସାହୁ, ଗୌରବ ପାଢ଼ୀ, ବିଜୟ ବରାଇ, ହାଡିବନ୍ଧୁ ମେହେର, ଡମ୍ବରୁଧର ମେହେର, ଉଷତ ପ୍ରସାଦ କର, ହଲାୟୁଦ୍ଧ ମିଶ୍ର, ମହାବୀର ପ୍ରସାଦ ଅଗ୍ରୱାଲ,ପ୍ରକାଶ ପଣ୍ଡା, ସନ୍ତୋଷ ସାହୁ, ବୁଲୁ ଦଣ୍ଡିଆ, ମନୋଜ ଦାସ, ରବୀନ୍ଦ୍ର ପାତ୍ର,ଦୀନବନ୍ଧୁ ମେହେର, ଗୋବିନ୍ଦ ମାହାଣା, ସୀତାରାମ ଦାସ, ରାଜେଶ ମିଶ୍ର, ଭୁବନେଶ୍ୱର ପାତ୍ର, ଘାସିରାମ କଟୁଆଲ, ଅଶୋକ ମେହେର, ମମତାଜ ପଣ୍ଡା, ବିକ୍ରମ ମେହେର, ପୂର୍ଣ୍ଣ ମେହେର, ସୁରଜ ରଣା, ବୀରେନ୍ଦ୍ର ମହାଲିଙ୍ଗ, ସାମ୍ବାଦିକ ସମ୍ବିତ ନେପାକ, ରାମଗୋପାଳ ବାଘ, ଦିଲୀପ ସାହୁ ସମେତ ଇଲେକ୍ଟ୍ରି, ପିଏସଡ଼ି, ତହସିଲଦାର, ଏନଏସି, ଅଗ୍ନିଶମ ଆଦି ଅନେକ ବିଭାଗୀୟ କର୍ମଚାରୀ ଏବଂ ଶତାଧିକ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ l ଶେଷରେ ନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments