Homelocalସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ...

ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ର ଜାତୀୟ ସ୍ତରର ଶୁଭାରମ୍ଭ କାର୍ଯ୍ୟକ୍ରମର ଆଭାସି ମାଧ୍ୟମରେ ସିଧା ପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ ଜନ ସଚେତନତା ପାଇଁ ଜନ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର, (୦୨/୦୭) : ଆପ୍ର : ସୁବର୍ଣ୍ଣପୁର ର ନୂତନ ଟାଉନ ହଲ ଠାରେ ଆନ୍ଧ୍ର ପ୍ରଦେଶର ତିରୁପତି ଠାରେ ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ର ଜାତୀୟ ସ୍ତରରେ କୃଷି, କୃଷକ ମଙ୍ଗଳ ତଥା ଗ୍ରାମ୍ୟ ଉନ୍ନୟନ କେନ୍ଦ୍ର ମନ୍ତ୍ରୀ ଶିବରାଜ ଚୌହାନ ଙ୍କ ଦ୍ଵାରା ଆଜି ଠାରୁ ଶୁଭାରମ୍ଭ କରାଯାଇଥିଲା ।WhatsApp Image 2026 07 03 at 10.05.40 1

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲ୍ ଇ ଡି ଟେଲିଭିଜନ ଜରିଆରେ ଆଭାସି ମାଧ୍ୟମରେ ଜନ ସାଧାରଣଙ୍କ ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଟାଉନ ହଲ ଠାରେ ବିକଶିତ ଭାରତ ଜି ରାମ ଜି ୨୦୨୫କୁ ମୁଖ୍ୟ ଅତିଥି ବୀରମହାରାଜପୁର ଇଞ୍ଜିନିୟର ବିଧାୟକ ରଘୁନାଥ ଜଗଦଳା, ଓ ସମ୍ମାନିତ ଅତିଥି ତଥା ଜିଲ୍ଲାପାଳ ଡ଼ ନୃପରାଜ୍ ସାହୁ ଓ ଅନ୍ୟ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସମାଜ ସେବୀ, ବେଣୁଧର ଦାଶ, ସାଂସଦଙ୍କ ପ୍ରତିନିଧି ନଳିନୀ ପଣ୍ଡା ଙ୍କ ଦ୍ଵାରା ଜିଲ୍ଲା ସ୍ତରରେ ଶୁଭାରମ୍ଭ କରାଯାଇଥିଲା ।

ଏହି ଶୁଭାରମ୍ଭ ସଭାରେ ଜିଲ୍ଲା ସ୍ତରୀୟ ଅଧିକାର ବୃନ୍ଦ, ସମସ୍ତ ପଞ୍ଚାୟତ ସମିତି ର କର୍ମଚାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ, ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର, ଗାଁ ସାଥୀ ବୃନ୍ଦ, ଜିଲ୍ଲାର ଜନସାଧାରଣ, ମଜୁରିଆ, ବୁଦ୍ଧିଜୀବୀ, ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ ।WhatsApp Image 2026 07 03 at 10.05.41

ମୁଖ୍ୟ ଅତିଥି ତଥା ମାନ୍ୟବର ବିଧାୟକ, ବୀରମହାରାଜପୁର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ସେମାନଙ୍କ ଅଭିଭାଷଣ ରେ ବିକଶିତ ଭାରତ ଜି ରାମ ଜି ୨୦୨୫ ର ବୈଶିଷ୍ଟ୍ୟ, ନିର୍ଦ୍ଧେଶାବଳି ଓ ନିୟମାବଳୀ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବିଶଦ ଭାବେ ଅବଗତ କରାଇବା ସହିତ ଗ୍ରାମାଞ୍ଚଳ ର ପ୍ରତ୍ୟେକ ପରିବାରକୁ ୧୨୫ ଦିନର ନିଶ୍ଚିତ ରୋଜଗାର ସହିତ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ଗ୍ରାମାଞ୍ଚଳ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଜନସାଧାରଣ ସଚେତନ କରି ଅବଗତ କରାଇଥିଲେ ।

ବିକଶିତ ଭାରତ ଜି ରାମ ଜି ୨୦୨୫ ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ପ୍ରକଳ୍ପ ଗ୍ରାମ ସଭାର ଅନୁମୋଦନ କ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଥଲେ। ମାନ୍ୟବର ବିଧାୟକ ଆହୁରି ପ୍ରକାଶ କଲେ ଯେ ଆବଶ୍ୟକତା ଅନୁଯାୟୀ ସମସ୍ତ କାର୍ଯ୍ୟକାରୀ ସଂସ୍ଥା ମାନଙ୍କୁ ଯଥା ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଲାଇନ୍ ଦିପାର୍ଟମେଣ୍ଟ ମାନଙ୍କୁ ସରକାରଙ୍କ ଦ୍ଵାରା ପାଣ୍ଠି ଉପଲବ୍ଧ କରାଯିବ । ମଧ୍ୟାହ୍ନ ଭୋଜନ ବିରତି ପରେ ବିକଶିତ ଭାରତ ଜି ରାମ ଜି ୨୦୨୫ ଉପରେ ବିଶଦ ଭାବେ ଆଲୋଚନା କରାଗଲା ଓ ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସଭା ସାଙ୍ଗ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଜି ରାମ ଜି ୨୦୨୫ ଉପରେ ବ୍ୟାପକ ଜନ ସଚେତନତା ପାଇଁ ଏହି ଜନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments