Homelocalଗୋଇମୁଣ୍ଡରେ ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଗୋଇମୁଣ୍ଡରେ ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ମୁରିବାହାଲ, (୩/୭) : ଆପ୍ର : “ପ୍ରମେୟ ନ୍ୟୁଜ୍ ସେଭେନ”ର କଣ୍ଟାବାଞ୍ଜି ପ୍ରତିନିଧି ଏବଂ ଦୈନିକ “ସମାଜ” ର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ ଗୁରୁବାର ତାଙ୍କ ନିଜ ଗାଁ ଗୋଇମୁଣ୍ଡ କଲ୍ୟାଣ ମଣ୍ଡପ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 03 at 11.15.49 2

ସୂଚନା ଅନୁସାରେ, ଅତ୍ୟାଧିକ ରକ୍ତଚାପ ଯୋଗୁଁ ଗତ ଜୁନ ୨୧ ତାରିଖରେ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ଭୋଇଙ୍କ ବାପା ଜଳଧର ଭୋଇ, ମାଆ ପଦ୍ମାବତୀ ଭୋଇ, ସ୍ତ୍ରୀ ଦେବକୀ ଭୋଇ, ଝିଅ ଲିପସାରାଣୀ ଭୋଇ (୧୫) ଓ ଲିଲିମା ଭୋଇ (୧୨) ଉପସ୍ଥିତ ଥିଲେ । ସ୍ମୃତିଚାରଣ ସମୟରେ ସମଗ୍ର ପରିବେଶ କାନ୍ଦବୋବାଲିରେ ଫାଟି ପଡ଼ିଥିଲା ।

କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ରାଷ୍ଟ୍ର ଭାରତୀ ପ୍ରତିଷ୍ଠାତା ସୁରଥ ବେହେରା, ବରିଷ୍ଠ ବିଜେଡି ନେତା ଅଜିତ ଯୋଶୀ, ଆଦିବାସୀ ନେତା ସୁରେଶ ଭୋଇ, ବରିଷ୍ଠ ସାମ୍ବାଦିକ ଗୁରୁଦୟାଲ ହଂସ, ଜୀବନାନନ୍ଦ ମହାନ୍ତି, କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ସଭାପତି ମୋହନ ସୋନି, ପ୍ରେସ କ୍ଳବ ସଭାପତି ପ୍ରଭିଜିତ ସିଂ ସାଲୁଜା, ସାମ୍ବାଦିକ ପୁଷ୍ପକେତୁ ବେହେରା, ଅନ୍ତିମ ପାଣିଗ୍ରାହୀ, ଅଶୋକ ତ୍ରିପାଠୀ, ସୁରଦାସ ବାଗଙ୍କ ସମେତ ବହୁ ସାମ୍ବାଦିକ, ରାଜନେତା ଓ ଶୁଭେଚ୍ଛୁ ଯୋଗଦେଇଥିଲେ ।WhatsApp Image 2026 07 03 at 11.15.49

ଅତିଥିମାନେ ସ୍ବର୍ଗତ ଭୋଇଙ୍କୁ ଜଣେ ସରଳ, ପରୋପକାରୀ ଓ ଅମାୟିକ ବ୍ୟକ୍ତି ଭାବେ ସ୍ମରଣ କରି କହିଥିଲେ ଯେ, ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହରାଇବା ଅପୂରଣୀୟ କ୍ଷତି । ସଭା ପୂର୍ବରୁ ଉପସ୍ଥିତ ସମସ୍ତେ ସ୍ବର୍ଗତ ଭୋଇଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମକୁ ଡା. ନାରାୟଣ ମିଶ୍ର ସଂଯୋଜନା କରିଥିଲେ ।

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବଙ୍କ ସମେତ ବଙ୍ଗୋମୁଣ୍ଡା, ସିନ୍ଧେକେଲା, ମୁରିବାହାଲ, କଣ୍ଟାବାଞ୍ଜି, ତୁରେକେଲା, ଖଡ଼ିଆଳ, ଟିଟିଲାଗଡ଼ ଓ ବଲାଙ୍ଗୀର ଅଞ୍ଚଳର ସାମ୍ବାଦିକମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶତାଧିକ ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments