ସୁବର୍ଣ୍ଣପୁର, (୧୨/୧୦) : ଆପ୍ର: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଳିଙ୍ଗ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ ।
ପ୍ରଥମେ ମନ୍ତ୍ରୀ ଶ୍ରୀ ମହାଳିଙ୍ଗ ବିନିକା ସହର ର ଜଗତଜନନ ମା ଦୁର୍ଗା ମନ୍ଦିର ପହଞ୍ଚି ଥିଲେ । ସେଠାରେ ମାଙ୍କ ନବରାତ୍ର ପୂଜା ଚାଲୁଥିବା ବେଳେ ମା ଙ୍କ ଦର୍ଶନ କରିଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ ରୋଗୀ ମାନଙ୍କୁ ଚିକିତ୍ସା ସେବା ପଚାରି ବୁଝିଥିଲେ । ବିନିକା ବାସୀ ମେଡିକାଲରେ ଶିଶୁ ବିଶେଷଜ୍ଞ ଡାକ୍ତର ପଦଵୀ ଖାଲି , ବିଦ୍ୟୁତ କାଟ ହେଲେ ମେଡିକାଲ ଅନ୍ଧାର ରହୁଥିବାରୁ ଜେନେରେଟର ବ୍ୟବସ୍ଥା, ଫିଜିଓଥେରାପି ୟୁନିଟ କାଯ୍ୟକ୍ଷମ, ଶବ ଗୃହ, ସ୍ୱର୍ଗ ରଥ ଆଦି ବିଭିନ୍ନ ସମସ୍ୟା ଗୁଡିକ ଉପରେ ମନ୍ତ୍ରୀ ଙ୍କୁ ଦାବି କରିଥିଲେ । ମନ୍ତ୍ରୀ ଶ୍ରୀ ମହାଳିଙ୍ଗ ଦାବି ଗୁଡିକ ଯେତେଶୀଘ୍ର ହେବ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପରିଦର୍ଶନ ବେଳେ ଜିଲ୍ଲାପାଳ ଦେବାଶିଷ ସିଂ, ସିଡ଼ିଏମଓ ଉଷାରାଣୀ ଦାଶଙ୍କ ସହିତ ମେଡିକାଲ ଟିମ ଉପସ୍ଥିତ ରହିଥିଲେ ।

