Homeaccidentବାଇକ୍ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର

ବାଇକ୍ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର, (୧୨/୧୦) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା – ଗୋଡ଼ଭଗା ମୁଖ୍ୟ ରାସ୍ତାର ବାଙ୍କିଘିର୍ଡି ପଞ୍ଚାୟତ ଅରିଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା ରେ ଜଣକର ମୃତ୍ୟୁ ହୋଇଥିବା ବେଲେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ହେଲେ ଭେଡେନ ବ୍ଲକ ପରମାଣପୁର ପଞ୍ଚାୟତ ଶୁଖପାଲି ଗ୍ରାମର ବିକାଶ ଦୀପ ( ୨୨) ଓ ଗୁରୁତର ବ୍ୟକ୍ତି ଜଣକ ହେଲେ ଉକ୍ତ ଗ୍ରାମର ଜିତୁ ମହାକୁର (୧୮) । ସୁଚନା ଅନୁସାରେ ବିନିକା କୁ କୌଣସି କାମପାଇଁ ଆସି ନିଜ ଘରକୁ ହିରୋ ବାଇକ OR 17 k 4138 ଯୋଗେ ଫେରୁଥିବା ବେଲେ ଭେଡେନ ବ୍ଲକ ପାରମାଣପୁର ପଞ୍ଚାୟତ ଶୁଖପାଲି ଗ୍ରାମର ବିକାଶ ଦୀପ, ଜିତୁ ମହାକୁର ଓ ଅର୍ଜ୍ଜୁନ ମିର୍ଦ୍ଧା ଅରିଗାଁ ଠାରେ ଗଛରେ ପିଟିହୋଇ ଛିଟିକି ପଡିଥିଲେ । ତିନି ଜଣଙ୍କୁ ବିନିକା ଡାକ୍ତରଖାନା କୁ ଅଣାଯାଇଥିଲା । ଡାକ୍ତର ବିକାଶ ଙ୍କୁ ମୃତ ଘୋଷଣା କରିଥିବା ବେଲେ ଗୁରୁତର ଅବସ୍ଥାରେ ଥିବା ଜିତୁ ମହାକୁର ଙ୍କୁ ବୁର୍ଲ୍ଲା ଭିମସାର କୁ ସ୍ଥାନାନ୍ତର କରିଥିଲେ । ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ କୁ ଜବତ କରିବା ସହ ମୃତ ବିକାଶ ର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରଯାଇଛି । ଏନେଇ ମୃତକଙ୍କ ବଡବାପା ବୃନ୍ଦାବନ ଥାନାରେ ଲିଖିତ ଅଭଯୋଗ ପରେ ପୋଲିସ ତଦନ୍ତ ଜାରିରଖିଛି । ମୃତ ବିକାଶ ଙ୍କ ପରିବାର ଗରିବ ପରିବାର ହୋଇଥିବାରୁ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments