Homelocalବର୍ଷା ଯୋଗୁଁ ଏକର ଏକର ପରିବା ଓ ଧାନ ଚାଷ କୁ ବିବିନ୍ନ ପଞ୍ଚାୟତ ବୁଲି...

ବର୍ଷା ଯୋଗୁଁ ଏକର ଏକର ପରିବା ଓ ଧାନ ଚାଷ କୁ ବିବିନ୍ନ ପଞ୍ଚାୟତ ବୁଲି ଦେଖିଲେ ଦୁଇ ବିଧାୟକ

ପୁରୁଷୋତ୍ତମପୁର, (୨୭/୦୯) : ଆପ୍ର : ପୁରୁଷୋତ୍ତମପୁର ବ୍ଳକର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ୧୫ ଗୋଟି ପଞ୍ଚାୟତ ମଧ୍ୟରୁ କିଛି ପଞ୍ଚାୟତ ର ଚାଷ ଜମିରେ ବନ୍ୟା ପାଣି ପସି ଧାନ ଓ ପରିବା ଚାଷ କ୍ଷୟ କ୍ଷତି ସ୍ତିତିକୁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ତହସିଲଦାର ବିନୋଦ ବେହେରା, ତହସିଲ ଆରାଇ ସୁପର ଭାଇଜର ମାନେ,ବ୍ଲକ ଅଧକ୍ଷା ପିଙ୍କି ବେହେରା, ସମାଜ ସେଵୀ ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା ଓ ମାନ ଭଞ୍ଜନ ଗୌଡ଼, ବଡ଼ ବରଙ୍ଗାସମିତି ସଭ୍ୟ ବିଷ୍ଣୁ ରେଡ଼ୀ ଚାଷୀଙ୍କ ସହ ମିଶି ବିଭିନ୍ନ ପଞ୍ଚାୟତ ବୁଲି ଦେଖି ଚାଷୀଙ୍କ ସମସ୍ୟା ଶୁଣିଥିଲେ ।

ସେହିପରି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳ ତଥା ପୁରୁଷୋତ୍ତମପୁର ବ୍ଳକର ୧୧ଗୋଟି ପଞ୍ଚାୟତ ରେ ଲଘୁଚାପ ଜନିତ ବର୍ଷା ଓ ନଦୀ, ନାଳ ପାଣି ମାଡି ଏକର ଏକର ଧାନ ଓ ପରିବା ଚାଷ ନଷ୍ଟ ହୋଇଯାଇଛି ଲଘୁଚାପ ବର୍ଷା ଯୋଗୁଁ । ଯାହାଦ୍ୱାରା ଏକର, ଏକର ଚାଷ ଜମି ରେ ଲାଗିଥିବାବିଭିନ୍ନ ଫସଲ ଓ ଫଳୁଥିବା ଏବଂ ଫଳିବାକୁ ଥିବା ଧାନ ସହିତ ବିଭିନ୍ନ ପରିବା ଚାଷ ନଷ୍ଟ ହୋଈ ଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଆଜି ଚିନ୍ତାରେ ରହିଛି । ଦୀର୍ଘ ଆଠ ରୁ ଦଶ ଦିନ ଧରି ଚାଷ ଜମିରେ ପାଣି ରହିବା ଦ୍ୱାରା ବିଭିନ୍ନ ପରିବା ଚାଷ ନଷ୍ଟ ହୋଈ ଯାଇଛି ।

ଚାଷୀଟି ପନିପରିବା ଓ ଧାନ ଚାଷ କରି କିଛି ପରିବାର ପ୍ରତି ପୋଷଣ ସହିତ ସାଉକାର ର ରୁଣ ପରିଶୋଧ କରିବାର ଯେଉଁ ଲକ୍ଷ ରଖିଥିଲା ଅବପାତ ବର୍ଷାରେ ତାହା ଧୂଳିସାତ ହୋଈ ଗଲା,ଉଜୁଡି ଗଲା ତାର ସଂସାର , ସରକାର ଯଦି ତାକୁ ସହଯୋଗ ନକରିବେ ତେବେ ଧାରା କରଜ କରିଥିବା ଚାଷୀଟି ଆତ୍ମ ହତ୍ୟା ହି କରିବ ବୋଲି ମତ ଦେଇଛନ୍ତି ।

ତେବେ ଜନ ପ୍ରତିନିଧି ହୋଈ ଥିବା ବିଧାୟକ ଚାଷୀ ମାନଙ୍କ ପାଖକୁ ଯାଇ ସେମାନଙ୍କ ଉଜୁଡି ଥିବା କ୍ଷୟ କ୍ଷତି ଫସଲ କୁ ବୁଲି ଦେଖି ସେମାନଙ୍କ ଅଭାବ ଅସୁବିଧା କୁ ସରକାର ଙ୍କ ସହିତ ବିଭାଗୀୟ ମନ୍ତ୍ରୀ ଙ୍କ ସହ କଥାବାର୍ତା କରି ଏବଂ ଜିଲ୍ଲା ପାଳଙ୍କ ସହ କଥା ହୋଈ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସବୁ ସୁବିଧା ଏବଂ ବ୍ୟବସ୍ତା କରିବି ବୋଲି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତରହି ପୁରୁଷୋତ୍ତମପୁର ତହସିଲଦାର ଙ୍କ ଉପସ୍ଥିତିରେ ଫସଲ ର କ୍ଷୟ କ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ ଓ ତହସିଲଦାରବିନୋଦ କୁମାର ବେହେରା, ସୁପର ଭାଇଜର, ଓ ପାଖରେ ଥିବା ଆରାଇ ଙ୍କୁ ତୁରନ୍ତ ରିପୋର୍ଟ କରି ଦେବା ପାଇଁ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ଓ ଆସ୍କା ବିଜେପି ସମ୍ପାଦକ ଶ୍ରୀକାନ୍ତ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ମନୋଜ କୁମାର ଦାଶ, ପାଣ୍ଡିଆ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ପାଣ୍ଡିଆ ମଣ୍ଡଳ ସମ୍ପାଦକ ରାଜୀବ ଲୋଚନ ବେହେରା, ପବିତ୍ର ସାବତ, କୃଷ୍ଣ ବିଷୋୟୀ ଟଙ୍କା ଛାଇ ଶକ୍ତି କେନ୍ଦ୍ର ପ୍ରମୁଖ, ପାଣ୍ଡିଆ ସରପଞ୍ଚପ୍ରତିନିଧି ସନ୍ତୋଷ ସେଠୀ ଓ କୈଳାଶ ସେଠୀ ଙ୍କ ସହ ବହୁ ନେତା କର୍ମୀ, ସରପଞ୍ଚ, ସମିତି ସଭ୍ୟ ଓ ୧୧ ଗୋଟି ପଞ୍ଚାୟତ ର ପଦାଧିକାରୀ, ନେତା ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments