କଟକ, (୨୬/୦୭) : ଆପ୍ର : ଲଗାଣ ବର୍ଷା ଯୋଗୁଁ କଟକ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ।
ଲଗାତାର ବର୍ଷା ପରେ ରାସ୍ତାଘାଟରେ ପାଣି ଜମି ରହିବା ସହ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲଗାଣ ବର୍ଷାରେ ବେହାଲ କଟକ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା । ବାଦାମବାଡ଼ି , ଖୁଣ୍ଟିଆ ଲେନ, ରକ୍ସି ଲେନ,ଖପୁରିଆ, ବିଡାନାସୀ ଆଦି ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଏପଟେ କଟକ ମହାନଗର ନିଗମ ପକ୍ଷରୁ ପାଣି ନିଷ୍କାସନ ପାଇଁ ୩୦୦ରୁ ଉର୍ଦ୍ଧ ମୋଟର ସେଟ୍ ଲଗାଯାଇଛି ।
ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତରେ ସମସ୍ୟା ଦେଖାଦେବା ସହ ସ୍ଥାନୀୟ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଓ ଦୋକାନ ସମ୍ମୁଖରେ ପାଣି ଜମି ରହିବାରୁ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ଜଳ ନିଷ୍କାସନ ପାଇଁ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ପଦକ୍ଷେପ ନିଆଯାଇଛି ।

