Homelocalସ୍ୱର୍ଗତ ରୁଦ୍ର ମନହୀରାଙ୍କ ଶୋକ ସଭା - ଆସନ୍ତା ୨୭ରେ ବିଧାୟକଙ୍କ ସହ ଆଲୋଚନା ନିଷ୍ପତ୍ତି

ସ୍ୱର୍ଗତ ରୁଦ୍ର ମନହୀରାଙ୍କ ଶୋକ ସଭା – ଆସନ୍ତା ୨୭ରେ ବିଧାୟକଙ୍କ ସହ ଆଲୋଚନା ନିଷ୍ପତ୍ତି

ମୁରିବାହାଲ, (୨୫/୦୭) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ଯାଦବ ଭବନ ଠାରେ ସ୍ୱର୍ଗତ ରୁଦ୍ର ମନହୀରାଙ୍କ ଶୋକ ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ବ୍ଲକ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣା, ସମ୍ପାଦକ ତରୁଣ ପୋଡ଼ ସହ ବ୍ଲକର ସମସ୍ତ ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ । ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ ହୋଇଛି ଯେ, ଆସନ୍ତା ସୋମବାର ୨୭/୦୭/୨୬ରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ସହ ଆଲୋଚନା କରି ଆଗାମୀ ଦିନର କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯିବ ।ପ୍ରକାଶ ଥାଉ କି, ଗତ ୫/୦୭/୨୬ ତାରିଖରେ ରୁଦ୍ର ମନହୀରା ପୁଟଲ ବିକିବାପାଇଁ ଖରିଆର ଯାଉଥିବା ସମୟରେ ବଙ୍ଗୋମୁଣ୍ଡା ଗୋଳେଇ ଛକ ଠାରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସଭାରରେ ଉପସ୍ଥିତ ଅନ୍ୟମାନେ ପୁରୁଷୋତ୍ତମ ବାଗ, ଫାଲ୍ଗୁନୀ ହାତୀ, ମନୁ ହଂସ, ସୁରେନ୍ଦ୍ର ମନହୀରା, ରଞ୍ଜନ ବଗର୍ତ୍ତୀ, ବିକାଶ ପୋଡ଼, କୀର୍ତନ ମନହୀରା, ଚକ୍ରଧର ହେର୍ଣ୍ଣା, ଦେବାର୍ଚ୍ଚନ ଥପା, ରୂପଧର ହଂସ, ଅନ୍ତ ଭୋଇନସାଲ, ବିଷ୍ଣୁ ବାଗ, ମକୁନ୍ଦ ବଗର୍ତ୍ତୀ, ଲବ ବାଗ, ମଧୁସୁଦନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments