ଢେଙ୍କାନାଳ, (୦୪/୦୭) : ଆପ୍ର : ବିବାହ ବରଯାତ୍ରୀ ଯାଉଥିବା ବେଳେ ଅଘଟଣ । ବଜ୍ରପାତ ଘଟି ଜଣେ ମୃତ ୨ ଜଣ ଗୁରୁତର ।
ସଦର ବ୍ଲକ ଅନ୍ତର୍ଗତ ଭାପୁର ଅଞ୍ଚଳର ଚନ୍ଦ୍ରଶେଖର ପ୍ରସାଦ ଗାଁ’ରୁ ବର ସହିତ ବରଯାତ୍ରୀ ଦଳ ବାହାରି ରଞ୍ଜା ଗାଁକୁ କନ୍ୟା ଘରକୁ ଯାଉଥିଲେ । ବିବାହ ପ୍ରସେସନ କନ୍ୟା ଘରେ ପହଞ୍ଚିବା ଅଳ୍ପ ଦୂର ଥିବା ବେଳେ ରଞ୍ଜା ଗାଁ ନିକଟରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ଫଳରେ ୩ ଜଣ ବରଯାତ୍ରୀ ଗଛ ତଳେ ଆଶ୍ରୟ ନେଇଥିବା ବେଳ ବଜ୍ରାପାତ ଘଟି ଜଣେ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅମିନ ବେହେରାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ, ମୃତକ ହେଲେ କୋଇଲିପଙ୍ଗି ଗାଁ’ର ୫୨ ବର୍ଷିୟ ଅମିନ ବେହେରା । ଦୁଇ ଆହତ ହେଲେ ତପନ ଜେନା ଓ ମନୋଜ ଦେହୁରୀ । ଗୁରୁତର ଆହତ ମନୋଜ ଦେହୁରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

