Homelocalଚାରିପଟେ ବନ୍ୟା ପାଣି, ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ

ଚାରିପଟେ ବନ୍ୟା ପାଣି, ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ

ନବରଙ୍ଗପୁର, (୨୮/୦୯) : ଆପ୍ର : ଚାରିଆଡ଼େ ପାଣି । କିନ୍ତୁ ପିଇବାକୁ ଟୋପେ ନାହିଁ । ଜଳପ୍ରଳୟ ପରେ ନବରଙ୍ଗପୁର ସହରରେ ପାନୀୟଜଳ ସଙ୍କଟ । ବନ୍ୟା ପାଣିରେ ଜଳ ବିଶୋଧନାଗାର ବୁଡ଼ି ଅଚଳ ହୋଇଯାଇଛି ।

୮୦ଲକ୍ଷ ଲିଟର ବିଶିଷ୍ଟ ଜଳ ବିଶୋଧନାଗାରର ୧୦୦ହର୍ସ ପାଓ୍ବାର କ୍ଷମତା ବିଶିଷ୍ଟ ୪ଟି ମଟର ପମ୍ପ ୫ ଫୁଟ ପାଣିରେ ୩ଦିନ ଧରି ବୁଡି ରହିଥିଲା । ସେହିଭଳି ଜଳ ବିଶୋଧନ ପରେ ସଂଗୃହୀତ ଶୁଦ୍ଧପାନୀୟଜଳ ପାଇଁ ଭୂ-ତଳରେ ଥ ବା ୧୦ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ସୋମ୍ପ୍ରେରେ କାଦୁଅ ପାଣି ପଶିଯାଇଛି । ଏଥିପାଇଁ ନଦୀରେ ଜଳସ୍ତର ହ୍ରାସ ପାଇବା ପରେ ମଧ୍ୟ ବିଶୋଧନାଗାର ଅଚଳ ହୋଇପଡିଛି । ଫଳରେ ନବରଙ୍ଗପୁର ସହରରେ ପାନୀଜଳୟ ଯୋଗାଣ ଠପ୍ ହୋଇଯାଇଛି ।

ପିଏଚଡି ପାଣି ଉପରେ ନିର୍ଭର କରୁଥିବା ହଜାର ହଜାର ପରିବାର ଏବେ ପାନୀୟଜଳ ପାଇଁ ଛଟପଟ ହୋଉଛନ୍ତି । ୧୫ଜଣ କର୍ମଚାରୀ ଯୁଦ୍ଧକାଳନୀ ଭିତ୍ତରେ ମରାମତି ପାଇଁ ଲାଗିପଡିଛନ୍ତି । ତଥାପି ମରାମତି କାମ ଆଉ ଦିନେ କିମ୍ବା ଦୁଇ ଦିନ ଲାଗିପାରେ । ଏବେ ଟ୍ୟାଙ୍କର ଦ୍ବାରା ସହରର ବିଭିନ୍ନ ଅଞ୍ଚଳକୁ ପାଣି ଯୋଗାଣ ହେଉଛି । କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ । ନବରଙ୍ଗପୁର ପୌରପାଳିକାର ୧୭ଟି ୱାର୍ଡରେ ପ୍ରାୟ ୫ହଜାର ଘର କୁ ପାଇପ୍ ଲାଇନ୍ ଦ୍ବାରା ପାଣି ଯୋଗାଣ ହୋଇଥାଏ । ଏବେ ପାଣି ନପାଇ ହଜାର ହଜାର ଲୋକ ସଙ୍କଟରେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments