Homebreaking newsପ୍ରେମିକ ଘରେ ପ୍ରେମିକାର ମୃତଦେହ , ତଦନ୍ତ କରୁଛି ପୋଲିସ୍

ପ୍ରେମିକ ଘରେ ପ୍ରେମିକାର ମୃତଦେହ , ତଦନ୍ତ କରୁଛି ପୋଲିସ୍

ବ୍ରହ୍ମପୁର, (୦୭/୦୭) : ଆପ୍ର : ପ୍ରେମିକ ଘରେ ପ୍ରେମିକାର ଡେଡବଡି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଏସ ନୂଆଗାଁ ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ମୃତକ ନାବାଳିକା ଥିବା ସୂଚନା ମିଳିଛି । ଏସ, ନୂଆ ଗାଁ’ର ଅଜୟ ନାଇକ ୫ ବର୍ଷ ତଳେ ସାମନ୍ତରାପୁର ଗ୍ରାମର ଏକ ଝିଅକୁ ପ୍ରେମ ବିବାହ କରିଥିଲା । ଅଜୟର ତିନିଟି କନ୍ୟା ସନ୍ତାନ ରହିଛି l ଅଜୟ ଚାରିମାସ ତଳେ ଅନ୍ୟ ଏକ ଝିଅକୁ ଉଠାଇ ଫେରାର ହୋଇ ଯାଇଥିଲା । ଏବେ କିଛି ଦିନ ହେଲା ଗାଁ’କୁ ଆସି ରହୁଥିଲା । ଗତକାଲି ରାତିରେ ନାବାଳିକା ପ୍ରେମିକାର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ଷତାକ୍ତ ଅବସ୍ଥାରେ ଶବ ପଡ଼ିଥିବା ଯୋଗୁଁ ପ୍ରେମିକ ଅଜୟ ମାରିଦେଇଥିବା ଅନୁମାନ କରାଯାଉଛି । ଅଜୟର ପ୍ରଥମ ସ୍ତ୍ରୀ ନିଜ ଛୁଆକୁ ଧରି ଦାଦନ ଖଟିବାକୁ ବାଙ୍ଗାଲୋର ଚାଲି ଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଜରଡ଼ା ଥାନା ପୋଲିସ୍ ପହଞ୍ଚି ଅଜୟକୁ ଅଟକ ରଖି ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments