ସ୍କୁଟି ଓ ପଲସର ମୁହାମୁହିଁ ଧକ୍କା, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

Date:

Share post:

ବ୍ରହ୍ମପୁର, (୨୬/୦୬) : ଆପ୍ର : ଦୁର୍ଘଟଣା ନେଲା ଦୁଇ ଯୁବକଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ସ୍କୁଟି – ପଲସର ମୁହାମୁହିଁ ଧକ୍କା । ଦୁଇ ଯୁବକ ମୃତ, ଜଣେ ଗୁରୁତର ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ପାଟପୁର ଗାଁର କାଳିଆ ସ୍ୱାଇଁ ଓ ଲକ୍ଷ୍ମୀପୁର ଗାଁ’ର ଭୋଳା ସେଠୀ l ଦୁର୍ଘଟଣାସ୍ଥଳରୁ ତିନି ଜଣଙ୍କୁ ଦିଗପହଣ୍ଡି ମେଡିକାଲ ଅଣାଯାଇଥିଲା, କିନ୍ତୁ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ବୁଧବାର ଦିନ ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜ୍ ଉପରେ ବଡ଼ ଦୁର୍ଘଟଣା ଘଟିଥିଲା । ବର୍ତ୍ତିଲା ଆଇନଜୀବୀଙ୍କ ଜୀବନ । ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ଫେରିଲେ ଜଣେ ଆଇନଜୀବୀ । ଦ୍ରୁତଗତିରେ ଏକ ଟ୍ରକ ଚଳନ୍ତା କାରକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଧକ୍କା ଦେଇ ଟାଣି ନେଇଥିବା ଅଭିଯୋଗ ହୋଇଥିଲା । କାରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଚାଳକ ଆଇନଜୀବୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...