Homebreaking newsଏକତରଫା ପ୍ରେମର କରୁଣ ପରିଣତି, ୫ ଜଣଙ୍କୁ ଆକ୍ରମଣ କଲେ ଯୁବକ

ଏକତରଫା ପ୍ରେମର କରୁଣ ପରିଣତି, ୫ ଜଣଙ୍କୁ ଆକ୍ରମଣ କଲେ ଯୁବକ

ସୋର, (୧୯/୦୮) : ଆପ୍ର : ଏକତରଫା ପ୍ରେମର କରୁଣ ପରିଣତି । ଶିକ୍ଷୟିତ୍ରୀଙ୍କ ପରିବାରକୁ ଭୁଜାଲିରେ ଆକ୍ରମଣ କଲା ଯୁବକ l ଏକତରଫା ପ୍ରେମକୁ କେନ୍ଦ୍ର କରି ଘଟିଛି ଭୟଙ୍କର ଆକ୍ରମଣ ।

ଔପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିସ୍ମିତା ସେଠୀଙ୍କୁ ଦୀର୍ଘ ୨୦୨୨ ମସିହାରୁ ଏକତରଫା ପ୍ରେମ କରୁଥିଲେ । ଅଭିଯୋଗ ଅନୁସାରେ ସ୍ଥାନୀୟ ଯୁବକ ପୃଥ୍ୱୀରାଜ କର ଆଜି ଭୁଜାଲିରେ ଶିକ୍ଷୟତ୍ରୀ ସମେତ ତାଙ୍କ ପରିବାରର ପାଞ୍ଚ ସଦସ୍ୟଙ୍କୁ ଆକ୍ରମଣ ହାଣି ଗୁରୁତର କରିଛନ୍ତି l ଶିକ୍ଷୟିତ୍ରୀ ସୁଚିସ୍ମିତାଙ୍କୁ ନେଇ ପୃଥ୍ୱୀରାଜଙ୍କ ସହ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ସୁଚିସ୍ମିତାଙ୍କ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଅଭିଯୋଗ ମଧ୍ୟ କରାଯାଇଥିଲା ।

ଏହାକୁ ନେଇ ପୃଥ୍ୱୀରାଜଙ୍କ ବିରୋଧରେ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ପୃଥ୍ୱୀରାଜ ଆଜି ମାରଣାସ୍ତ୍ର ଧରି ସୁଚିସ୍ମିତା, ତାଙ୍କ ମା’, ବାପା, ଜେଜେବାପା ଓ ଭାଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ସମସ୍ତଙ୍କୁ ଔପଦା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ଥିବାରୁ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments