Homelocalରାୟଗଡ଼ାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ; ବୃହତ୍ ଆଲୁମିନା ରିଫାଇନେରୀ ସ୍ଥାପନ ନେଇ...

ରାୟଗଡ଼ାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ; ବୃହତ୍ ଆଲୁମିନା ରିଫାଇନେରୀ ସ୍ଥାପନ ନେଇ କଲେ ସମୀକ୍ଷା

 ରାୟଗଡ଼ାରେ ଆଦାନୀ ଗ୍ରୁପ୍‌ର ମହା ପୁଞ୍ଜିନିବେଶ ପ୍ରସ୍ତୁତି ।

 ୪୧,୬୫୦ କୋଟି ବ୍ୟୟରେ ଗଢ଼ା ହେବ ଆଲୁମିନା ରିଫାଇନେରୀ ଓ ପାୱାର ପ୍ଲାଣ୍ଟ । 

ରାୟଗଡ଼ାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଡାନୀ 

ରାୟଗଡ଼ା, (୦୩/୦୮) : ଆପ୍ର : ଦକ୍ଷିଣ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ନୂଆ ଆଶା ସଞ୍ଚାର । ରାୟଗଡ଼ା ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ବୃହତ୍ ଆଲୁମିନା ରିଫାଇନେରୀ ଏବଂ ଆନୁସଙ୍ଗିକ ଖଣିଜ ଶିଳ୍ପ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ କରନ ଆଦାନୀ

ଆଜି (ରବିବାର) ଉଭୟ ଶିଳ୍ପପତି ହେଲିକପ୍ଟର ଯୋଗେ ଥେରୁବାଲି ଠାରେ ପହଞ୍ଚିବା ପରେ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ । ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଏବଂ ଏସପି ରାଜ ପ୍ରସାଦ ଉପସ୍ଥିତ ଥିଲେ । ଓଡ଼ିଶାରେ ଆଦାନୀ ଗ୍ରୁପ୍ ପକ୍ଷରୁ ଶିଳ୍ପାୟନ ଓ ପୁଞ୍ଜିନିବେଶର ଏକ ବଡ଼ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ୟୁଏଇ ଭିତ୍ତିକ କମ୍ପାନୀ ‘ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍ଡିଂ’ (ଆଇଆରଏଚ୍) ମଧ୍ୟରେ ମିଳିତ ଉଦ୍ୟୋଗରେ ପ୍ରାୟ ୧.୦୮ ଲକ୍ଷ କୋଟି ଟଙ୍କା ବ୍ୟୟରେ ଏକ ସମନ୍ୱିତ ଆଲୁମିନିୟମ ଇକୋସିଷ୍ଟମ (ଗ୍ରୀନଫିଲ୍ଡ ଆଲୁମିନିୟମ କମ୍ପ୍ଲେକ୍ସ) ଗଢ଼ିବାକୁ ଚୁକ୍ତି ହୋଇଛି ।

ଏହି ପ୍ରକଳ୍ପରେ ବାର୍ଷିକ ୪ ମିଲିୟନ ଟନ କ୍ଷମତା ସମ୍ପନ୍ନ ଆଲୁମିନା ରିଫାଇନେରୀ, ୨ ମିଲିୟନ ଟନର ଆଲୁମିନିୟମ ସ୍ମେଲଟର, ୧ ମିଲିୟନ ଟନର ଡାଉନଷ୍ଟ୍ରିମ୍ ଆଲୁମିନିୟମ ପାର୍କ ସହ ୪,୦୦୦ ମେଗାୱାଟ୍ କ୍ଷମତାର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ୪୦୦ ମେଗାୱାଟ୍ ଗ୍ରୀନ୍ ଏନେର୍ଜି ୟୁନିଟ୍ ସ୍ଥାପନ କରାଯିବ । ଏହା ବ୍ୟତୀତ ରାଜ୍ୟରେ ଏକ ବଡ଼ ଥର୍ମାଲ୍ ପାୱାର ପ୍ଲାଣ୍ଟ ଏବଂ ଡିଜିଟାଲ୍ ଡାଟା ସେଣ୍ଟର ପ୍ରତିଷ୍ଠା ନେଇ ମଧ୍ୟ ଗ୍ରୁପ୍ ଲକ୍ଷ୍ୟ ରଖିଛି ।

ରାୟଗଡ଼ାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ।ରାୟଗଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଚୁର ବକ୍ସାଇଟ୍ ମଜୁଦ ରହିଛି । ଏହି ବିପୁଳ ଖଣିଜ ସମ୍ପଦର ସଠିକ୍ ଉପଯୋଗ କରି ଆଦାନୀ ଗ୍ରୁପ୍ ପକ୍ଷରୁ ରାୟଗଡ଼ାରେ ପ୍ରାୟ ୪୧,୬୫୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୪ ମିଲିୟନ ଟନ କ୍ଷମତା ସମ୍ପନ୍ନ ଆଲୁମିନା ରିଫାଇନେରୀ ଏବଂ ଆନୁସଙ୍ଗିକ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୂର୍ବରୁ ପ୍ରସ୍ତାବ ରହିଛି । ଏହି ଗସ୍ତ ସମୟରେ କମ୍ପାନୀର ଉଚ୍ଚପଦସ୍ଥ ବୈଷୟିକ ପ୍ରତିନିଧି ଦଳ ଉପସ୍ଥିତ ରହି ଭୂମି ଓ ପରିବହନ ସୁବିଧାର ସମୀକ୍ଷା କରିଥିଲେ । ଏହି ବିଶାଳ ଶିଳ୍ପ ପ୍ରକଳ୍ପ ବାସ୍ତବ ରୂପ ନେଲେ ରାୟଗଡ଼ା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ହଜାର ହଜାର ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହା ସହ ଆଞ୍ଚଳିକ ଅର୍ଥନୀତି, ଗମନାଗମନ ଏବଂ ଭିତ୍ତିଭୂମି ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବ ବୋଲି ବୁଦ୍ଧିଜୀବୀ ଓ ଶିଳ୍ପ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଏବଂ ପରିବେଶ ସନ୍ତୁଳନ ରକ୍ଷା କରି ଏହି ଶିଳ୍ପାୟନ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି । ୨୦୨୨ ମସିହାରେ ଆଦାନୀ ଗ୍ରୁପ୍ ରାୟଗଡ଼ା ଠାରେ ଏକ ଆଲୁମିନା କାରଖାନା ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ଵାକ୍ଷରିତ ହୋଇଥିଲା । ୪୧ ହଜାର ୬୫୦ କୋଟି ଟଙ୍କା ବ୍ୟୟରେ ୪ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସାଙ୍ଗକୁ ୧୭୫ ମେଗାୱାଟର ଏକ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଚୁକ୍ତି ହୋଇଥିଲା । ଯେଉଁଥିପାଇଁ ୩ଟି ବ୍ଲକର ୪୧ଟି ଗ୍ରାମରେ ଜମି ଚିହ୍ନଟ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments