ରାଜ୍ୟରେ ପ୍ରବଳ ବର୍ଷିବ, ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି

Date:

Share post:

ଭୁବନେଶ୍ବର, (୨୧/୦୬) : ଆପ୍ର : ରାଜ୍ୟରେ ପ୍ରବଳ ବର୍ଷିବ । ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି ।

ଆଜି ପାଇଁ ପୁରା ରାଜ୍ୟକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ ଏବଂ ବାଲେଶ୍ବରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । କିଛି କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦- ୫୦ ଏବଂ କିଛି ସ୍ଥାନରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରବଳ ପବନ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା । ସାରା ରାଜ୍ୟରେ ବର୍ଷିବ ବୋଲି ସୂଚନାଥିଲା । ପୂରା ଓଡ଼ିଶାକୁ ଜାରି ହୋଇଥିଲା ୟେଲୋ ଆଲର୍ଟ । କାଳବୈଶାଖୀ ନେଇ ପୁରା ଓଡ଼ିଶାକୁ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...