ପ୍ରକାଶ ପାଇଲା OAS ରେଜଲ୍ଟ; ବୁବୁନ ସାହୁ ହେଲେ ଟପ୍ପର, ଜାଣନ୍ତୁ ଶ୍ରେଷ୍ଠ ୧୦ ତାଲିକାରେ ରହିଛନ୍ତି କେଉଁମାନେ?

Date:

Share post:

ଭୁବନେଶ୍ୱର, (୨୭/୦୫) : ଆପ୍ର : ପ୍ରକାଶ ପାଇଲା OAS ରେଜଲ୍ଟ । ଓଡ଼ିଶାର ପ୍ରଶାସନିକ ସେବାକୁ ନେଇ ଅପେକ୍ଷାର ଅନ୍ତ ଘଟିଛି । ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପରିଚାଳିତ OCS-2024 (ଓଡ଼ିଶା ସିଭିଲ ସର୍ଭିସ) ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି ।

ଏଥିରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ପ୍ରଶାସନିକ ସେବାରେ ପ୍ରବେଶ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥର ମେରିଟ୍‌ ତାଲିକାରେ ବୁବୁନ ସାହୁ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି । ସେହିପରି ଶୋଭନା ମହାନ୍ତି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଜିତମିତ୍ର ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଚତୁର୍ଥ ସ୍ଥାନରେ କନକ ଜୈନ ଓ ପଞ୍ଚମ ସ୍ଥାନରେ ସଂଗ୍ରାମ ପ୍ରଧାନ ରହିଛନ୍ତି ।

ଏହାଛଡ଼ା ଅମନ ଗୋୟଲ ଷଷ୍ଠ, ଶାନ୍ତନୁ କୁମାର ଶତପଥୀ ସପ୍ତମ, ନିତେଶ କୁମାର ବାରିକ ଅଷ୍ଟମ, ଶୀତଲ ପାତ୍ର ନବମ ଏବଂ ଈତିଶ୍ରୀ ଜେନା ଦଶମ ସ୍ଥାନ ଅଧିକାର କରିଛନ୍ତି । ଫଳାଫଳ ପ୍ରକାଶ ପାଇବା ପରେ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଓ ଖୁସିର ମାହୋଲ୍‌ ଦେଖିବାକୁ ମିଳିଛି । ଦୀର୍ଘଦିନର କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ପାଇଥିବା ଏହି ମେଧାବୀମାନେ ଏବେ ରାଜ୍ୟ ପ୍ରଶାସନର ଦାୟିତ୍ୱ ସମ୍ଭାଳିବା ପାଇଁ ପ୍ରସ୍ତୁତ ।

LEAVE A REPLY

Please enter your comment!
Please enter your name here

spot_img

Related articles

ପାଣି ପାଇଁ ୫ କିମି ପଦଯାତ୍ରା

ବଲାଙ୍ଗୀର // ବେଲପଡ଼ା, (୨୭/୦୫) : ଆପ୍ର : ପାଣି ପାଇଁ ମହିଳା ଅଭିନବ ପ୍ରତିବାଦ କରିଛନ୍ତି । ମୁଣ୍ଡରେ ଗରା ଆଉ କାଖରେ...

ପେଟ୍ରୋଲ, ଡିଜେଲର ଦରବୃଦ୍ଧି ବିରୋଧରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର, (୨୭/୦୫) : ଆପ୍ର : କ୍ରମାଗତ ଭାବେ ଦେଶରେ ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ରନ୍ଧନ ଗ୍ୟାସର ଅସ୍ବାଭାବିକ ଦରବୃଦ୍ଧି ଯୋଗୁଁ ସାଧାରଣ...

ରିଲ୍ସ କରିବା ହେଲା କାଳ, ବାଇକ ଷ୍ଟଣ୍ଟ କରୁଥିବାବେଳେ ଗଲା ଜଣଙ୍କ ଜୀବନ

ନୀଳଗିରି, (୨୭/୦୫) : ଆପ୍ର : ରିଲ୍ସ କରିବା ହେଲା କାଳ । ବାଇକ ଷ୍ଟଣ୍ଟ କରୁଥିବାବେଳେ ଦୁର୍ଘଟଣାରେ ଗଲା ଜୀବନ । ୬...

ପୋଲିସର ସ୍ପେସାଲ ଡ୍ରାଇଭ ଜାରି, କୁଖ୍ୟାତ ଅପରାଧୀଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର, (୨୭/୦୫) : ଆପ୍ର : କୁଖ୍ୟାତ ଅପରାଧୀ ମାନଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ। ପୋଲିସର ସ୍ପେସାଲ ଡ୍ରାଇଭ ଜାରି...