ବଲାଙ୍ଗୀର//ଟିଟିଲାଗଡ଼, (୦୭/୦୯) : ଆପ୍ର : ସାଧାରଣ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିଵା ନେଇ ଆଦିବାସୀ, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ଓ ଟିଟିଲାଗଡ଼କୁ ଫୋକସ ରେ ରଖାଯାଇଥିଵା ସହ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଆସୁଛି ।
ପରିତାପର ବିଷୟ ଯେ, ସବୁ ଜାଲିଆତି କରି କାଗଜ, କଲମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସାଧାରଣ ଲୋକେ ପାଣି ଟିକିଏ ପାଇଁ ଡହଳ ବିକଳ ହେଉଥିବା ବେଳେ ବିଗତ ଦିନରେ ବିଭାଗୀୟ ମନ୍ତ୍ରୀ ଏକ ସ୍ୱତନ୍ତ୍ର ଗସ୍ତରେ ଆସି ପୂର୍ବ ସରକାରକୁ ଦୋଷ ଦେଇ ସମସ୍ୟାର ସମାଧାନ ପ୍ରତିଶୃତି ଦେଇ ଚାଲି ଯାଇଥିଲେ । ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ସ୍ୱତନ୍ତ୍ର ଗସ୍ତ ରେ ଆସି ପୂର୍ଵ ସରକାର ଉପରେ ଦୋଷ ଲଦି ଦେଇ ଗ୍ରୀଷ୍ମ ଋତୁ ପୂର୍ବରୁ ସବୁ ସମାଧାନ ହୋଇ ଯିବ କହି ଦେଇ ଚାଲି ଯାଇଥିଲେ । ହେଲେ ବର୍ତମାନ ସୁଦ୍ଧା ଟିଟିଲାଗଡ଼ ସବଡ଼ିଭିଜନ ଓ ବଲାଙ୍ଗୀର ଜିଲ୍ଲା ରେ ପାନୀୟ ଜଳ ପାଇଁ ଲୋକେ ଅଧିକ ଦୁର୍ଦଶା ର ଶିକାର ହେଉଛନ୍ତି ।
ଡବଲ ଇଞ୍ଜିନ ସରକାର ଫେଲ ବୋଲି ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଟ୍ୟାଙ୍କର ପାଣି ଗ୍ରାମବାସୀ ଚାନ୍ଦା କରି ବ୍ୟବହାର କରୁଛନ୍ତି । ନାମକୁ ମାତ୍ର ଓଭର ହେଡ଼ ଟ୍ୟାଙ୍କ ମାନ ନଷ୍ଟ ହୋଇ ପଡିଛି । ରାସ୍ତା ରୋକ, ପ୍ରତିବାଦ ସତ୍ୱେ ସାଧାରଣ ପାନୀୟ ଜଳ ଟୋପାଏ ପାଇ ପାରୁ ନ ଥିବା ବେଳେ କେବଳ କାଗଜ, କଲମ ରେ କୋଟି, କୋଟି ଟଙ୍କା ହଡପ କରାଯିବା ବାରମ୍ବାର ଅଭିଯୋଗ ହେଉଛି । ସେହିପରି ଟିଟିଲାଗଡ଼ ବିଭାଗୀୟ ଅଧିକାରୀ ମନୋଜ କୁମାର ମହାନ୍ତି ମିଥ୍ୟା ପ୍ରତିଶୃତି ଦେଇ ମେଗା ପ୍ରକଳ୍ପ ରେ ବ୍ୟାପକ ଜାଲିଆତି କାମ କରି ବ୍ୟସ୍ତ ରହୁଥିବା ବେଳେ ସାଧାରଣ ଲୋକେ କାର୍ଯ୍ୟାଳୟ କୁ ଧାଇଁ ଧାଇଁ ନିରାଶ ହେବା ଅଭିଯୋଗ ହୋଇ ଆସୁଛି ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

