Homelocalପାଚିଲା ଫଳର ଉପକାରୀତା ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର

ପାଚିଲା ଫଳର ଉପକାରୀତା ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର, (୦୭/୦୯) : ଆପ୍ର : ପ୍ରାତଃ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ପାଚିଲା ଫଳର ଉପକାରୀତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 09 07 at 12.35.01 1

ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ପାଚିଲା ଫଳ ଏହି ଦିନେ ପ୍ରଚୁର ମିଳେ ସାଧାରଣତଃ ଶରୀର ପାଇଁ ଭଲ।ଏଥିରେ ଭିଟାମିନ୍, ଖଣିଜ,ଫାଇବର୍ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ । ପାଚନ ଶକ୍ତି ବଢ଼ାଏ ଫାଇବର୍ ଥିବାରୁ କୋଷ୍ଠକାଠିନ୍ୟ ଦୂରକରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ପ୍ରାକୃତିକ ଶର୍କରା ଓ କାର୍ବୋହାଇଡ୍ରେଟ୍ ମିଳେ।ହୃଦୟ ପାଇଁ ଉପକାରୀ । ତରଭୁଜ, କମଳା, ପଇଡ଼, କାକୁଡି ଶରୀରରେ ଜଳଅଂଶ ବଢ଼ାଏ, କୋଷଗୁଡ଼ିକୁ ସୁରକ୍ଷା ଯୋଗାଏ, ମର୍ତ୍ତ୍ୟ ଅମୃତ ଅଁଳା, ପିଜୁଳି, ଡାଳିମ୍ବ ଶରୀର ପାଇଁ ଅମୃତ, ମଧୁମେହ କମାଏ । ବନବାସୀ, ରୁଷି ମାନେ ଫଳ ଖାଇ ଶହ ଶହ ବର୍ଷ ନିରାମୟ ଜୀବନ ବିତାଉ ଥିଲେ। ସଫା କରି ଫଳ ଖାଇବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ ।ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments