ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ

Date:

Share post:

ଭୁବନେଶ୍ୱର, (୧୮/୦୬) : ଆପ୍ର : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯାଇ ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ ବା ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଓ କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ ବା ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା...

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...