Homelocalନେପାଳ ବିପନ୍ନଙ୍କ ପ୍ରତି ସହାୟତାର ହାତ ବଢ଼ାଇବାକୁ ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ...

ନେପାଳ ବିପନ୍ନଙ୍କ ପ୍ରତି ସହାୟତାର ହାତ ବଢ଼ାଇବାକୁ ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ, (୨୯/୦୮) : ଆପ୍ର : ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ “Prayers for Nepal” ବାର୍ତ୍ତା ସହ ଏକ ବିଶେଷ ବାଲୁକା କଳା ନିର୍ମାଣ କରିଛନ୍ତି

ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ୬୦୦ରୁ ଅଧିକ ଜୀବନ ଯାଇଥିବା ବେଳେ, ହଜାର ହଜାର ଲୋକ ଏବେ ବି ପ୍ରଭାବିତ ହୋଇଛନ୍ତି । ପ୍ରତିଦିନ ନିଖୋଜ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି । ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ପ୍ରଭାବିତ ବ୍ୟକ୍ତିଙ୍କୁ ବାଲୁକା ଚିତ୍ରକଳାରେ ସମବେଦନା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସାରା ବିଶ୍ୱବାସୀଙ୍କୁ ନେପାଳ ବିପନ୍ନଙ୍କ ପ୍ରତି ସହାୟତାର ହାତ ବଢ଼ାଇବା ଉଚିତ ବୋଲି ସେ ବାଲୁକାକଳା ମାଧ୍ଯମରେ ବାର୍ତ୍ତା ଜଣାଇଛନ୍ତି ।

ପ୍ରାୟ ୨୦ ଫୁଟ ଓସାର ଏବଂ ୫ ଫୁଟ ଉଚ୍ଚତାର ଏହି ବାଲୁକା କଳାଟି ସହାନୁଭୂତି, ଆଶା ଏବଂ ମାନବିକତାର ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରୁଛି । ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ବ୍ୟାପକ କ୍ଷତି ଘଟିଛି । ଏହି କଳାକୃତି ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ନେପାଳବାସୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ପ୍ରଭାବିତ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇ କହିଛନ୍ତି, ” ବନ୍ୟା ଦ୍ୱାରା ପ୍ରଭାବିତ ନେପାଳବାସୀଙ୍କ ପାଇଁ ମୋର ହୃଦୟରୁ ପ୍ରାର୍ଥନା ।

ଏହି ବାଲୁକା କଳା ମାଧ୍ୟମରେ ମୁଁ ମୋର ସମବେଦନା ଜଣାଇବା ସହ ସମସ୍ତଙ୍କୁ ମନେ ପକାଇବାକୁ ଚାହେଁ ଯେ , କଠିନ ସମୟରେ ମାନବିକତା ସହ ଏକାଠି ଠିଆ ହେବା ଦରକାର । ମୁଁ ନେପାଳବାସୀଙ୍କ ସୁରକ୍ଷା, ଶକ୍ତି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ନେପାଳକୁ ସାରା ବିଶ୍ୱବାସୀ ସହଯୋଗର ହାତ ବଢ଼ାଇବା ପାଇଁ ମୁଁ ବିଶ୍ୱବାସୀଙ୍କୁ ଅନୁରୋଧ କରୁଛି ।”

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments