Homebreaking newsସୁଭଦ୍ରା ଟଙ୍କା ପାଇଁ ନିର୍ମମ ହତ୍ୟା; ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ...

ସୁଭଦ୍ରା ଟଙ୍କା ପାଇଁ ନିର୍ମମ ହତ୍ୟା; ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତିଦେଲା ସ୍ୱାମୀ

ଢେଙ୍କାନାଳ, (୨୯/୦୮) : ଆପ୍ର : ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏକ ଛାତିଥରା ହତ୍ୟାକାଣ୍ଡ । ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ସହ ମୃତଦେହକୁ ଘର ପାଖ ପାଇଖାନା ଟାଙ୍କି ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି ।

ଏହି ଲୋମଟାଙ୍କୁରା ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଆଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଛି । ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦୀର୍ଘଦିନ ଧରି ମଦ୍ୟପାନରେ ଅଭ୍ୟସ୍ତ ଥିଲେ । ସେ ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ସ୍ତ୍ରୀଙ୍କୁ ମାଗିଥିଲେ। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା । ରାଗରେ ସେ ଏକ ବାଡ଼ି ଓ କୋଦାଳରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରାଧ ଲୁଚାଇବା ପାଇଁ ଅଭିଯୁକ୍ତ ମୃତଦେହକୁ ଘର ନିକଟସ୍ଥ ଟଏଲେଟ୍ ଟାଙ୍କି ଭିତରେ ପୋତି ଦେଇଥିବା ପୋଲିସ କହିଛି ।

ଖବର ପାଇ ଢେଙ୍କାନାଳ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୈଜ୍ଞାନିକ ଟିମ୍ ପ୍ରମାଣ ସଂଗ୍ରହ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ଘଟଣାର ସମ୍ପୂର୍ଣ୍ଣ କ୍ରମ ବୁଝିବା ପାଇଁ କ୍ରାଇମ ସିନ୍ ରିକ୍ରିଏସନ୍ ମଧ୍ୟ କରିଛି । ଏହି ନିର୍ମମ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ କହିଛି, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments