ଲକ୍ଷ୍ମୀପୁର, (୩୧/୧୦) : ଆପ୍ର : ଏକ ହାଇୱା ଧକ୍କାରେ ଜଣେ ସ୍କୁଟି ଚାଳକ ଆହତ ହୋଇଛନ୍ତି । ଲକ୍ଷ୍ମୀପୁର ଥାନା ଅଧିନ ଓଡ଼ିଆପେଣ୍ଠ ଗାଁ ନିକଟସ୍ଥ ବ୍ରିଜ୍ ଉପରେ ଉକ୍ତ ଦୁର୍ଘଟଣା ଘଟିଛି ।
ଆହତ ବ୍ୟକ୍ତି ଜଣକ ଧରଡ଼ା ଗ୍ରାମର ଶିଶିର ମାର୍ତ୍ତା । ସୂଚନା ଅନୁଯାୟୀ, ଏକ ହାଇୱା ଗାଡ଼ି ସ୍କୁଟିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଶିଶିରଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ଦୁର୍ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଲୋକେ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭ କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ହାଇୱା ଗାଡ଼ି ଅଟକି ରହିଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।

