Homelocalଦଡିଙ୍ଗିଆ ରେ ନନ୍ଦୋତ୍ସବ ଓ ଭଜନ ସଂନ୍ଧ୍ୟା

ଦଡିଙ୍ଗିଆ ରେ ନନ୍ଦୋତ୍ସବ ଓ ଭଜନ ସଂନ୍ଧ୍ୟା

ରାଇକିଆ, (୦୬/୦୯) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଦଡିଙ୍ଗିଆ ଓମ୍ ଶ୍ରୀ ନାରାୟଣ ମଠ ତ୍କମିଟି ତରଫରୁ ୪୩ ତମ ବାର୍ଷିକ ନନ୍ଦୋତ୍ସବ ଓ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କମିଟି ସଭାପତି ମିଥୁନ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭକ୍ତି ପୂର୍ଣ୍ଣ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଏକଲ ଅଭିଯାନ ଜିଲ୍ଳା ପ୍ରଚାରକ ଯାକ୍ରସ ପ୍ରଧାନ, ରାଇକିଆ ବ୍ଳକ ସଭାପତି ନାରାୟଣ ମହାନ୍ତି, ଦଡ଼ିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ, କୁମୁଦ ଚନ୍ଦ୍ର ପ୍ରଧାନ, ବିସ୍କେସେନ ପ୍ରଧାନ, ସରପଞ୍ଚ ଅଶୋକ ପ୍ରଧାନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଏବଂ ପୂଣ୍ୟ ତିଥି ଅବସର ରେ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ତାଙ୍କର ଅବଦାନ କୁ ସ୍ମୁତି ଚାରଣ କରାଯାଇଥିଲା ।

ବାଲିଗୁଡା ରୁ ଆସିଥିବା ରାଧା ଦାମୋଦର ଗୌଡିୟ ବୈଷ୍ଣବ କୃଷ୍ଣଙ୍କ କଥା ବାଚକ ଙ୍କ ଦ୍ଵାରା ଶ୍ରୀ କୃଷ୍ଣ ମାହାତ୍ମ୍ୟ ପ୍ରବଚନ ପରିବେସଣ କରାଯାଇଥିଲା । ପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଧିରେନ୍ଦ୍ର ପ୍ରଧାନ, ମୁକୁନ୍ଦ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ମଲିକ, ହରିଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମୁନିବ ମଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବହୁ ସଂଖ୍ୟାରେ ଗ୍ରାମବାସୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments