ପୋଲିସର ସ୍ପେସାଲ ଡ୍ରାଇଭ ଜାରି, କୁଖ୍ୟାତ ଅପରାଧୀଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ

Date:

Share post:

ବ୍ରହ୍ମପୁର, (୨୭/୦୫) : ଆପ୍ର : କୁଖ୍ୟାତ ଅପରାଧୀ ମାନଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ। ପୋଲିସର ସ୍ପେସାଲ ଡ୍ରାଇଭ ଜାରି ।

ଦୁର୍ଦ୍ଦାନ୍ତ ଅପରାଧୀ ବଳିଆ ଧରା ନ ଦେଲେ କିଛି ବି ଘଟିପାରେ । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆକ୍ସନ ମୋଡରେ ପୋଲିସ । ଅପରାଧିକ ଦୁନିଆରୁ ଓହରି ଯିବାକୁ ଅପରାଧୀ ମାନଙ୍କୁ ପ୍ରଥମେ ବାର୍ତ୍ତା, ପରେ ଚେତାବନୀ । ଆଉ ନ ମାନିଲେ ଶେଷରେ ପୋଲିସ ଭାଷାରେ ବୁଝାଇ ଦିଆଯାଉଛି l ଅପରାଧୀ ମାନଙ୍କୁ ଦମନ କରିବା ପାଇଁ ଅପରାଧ ନିୟନ୍ତ୍ରଣ ବୈଠକରେ ସବୁ ଥାନା ଅଧିକାରୀ ମାନଙ୍କୁ ପୋଲିସର ରଣନୀତି ସମ୍ପର୍କରେ ବୁଝାଇ ଦେଇଛନ୍ତି ବ୍ରହ୍ମପୁର ଏସପି । ଏହା ପରେ ପୋଲିସ ବାବୁ ମାନେ ସକ୍ରିୟ ହୋଇଉଠିଛନ୍ତି l ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପ୍ରତି ସନ୍ଧ୍ୟାରେ ପୋଲିସ ସହରର ଗଳି କନ୍ଦିରେ ଫ୍ଲାଗ ମାର୍ଚ୍ଚ ଜାରି ରଖିଛି l ଅପରାଧିକ ଦୁନିଆରେ ପାଦ ଥାପିଥିବା ଅପରାଧୀ ମାନଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ି ଚାଲିଯିବାକୁ କୁହାଯାଇଛି l ଯେଉଁ ମାନଙ୍କ ନାମରେ ସଂଗୀନ ମାମଲା ରହିଛି ଆଉ ପୋଲିସ ଖୋଜୁଛି ସେମାନେ ୩୬ ଘଣ୍ଟା ଭିତରେ ଥାନା କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି l

ଅନ୍ୟପଟେ ଯେଉଁମାନେ ଜେଲରୁ ବେଲରେ ଆସିଛନ୍ତି ସେମାନଙ୍କୁ ପ୍ରତି ୨୪ ଘଣ୍ଟାରେ ଥାନାରେ ହାଜିରା ପକାଇବାକୁ କୁହାଯାଇଛି l ସେପଟେ ସ୍ପେସାଲ ଡ୍ରାଇଭ ମାଧ୍ୟମରେ ପ୍ରତି ଥାନାରୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି l ଅମ୍ବିକା ନଗର ଆକ୍ରମଣ ଘଟଣାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ବଳିଆ ଧରା ନଦେଲେ ପୋଲିସ ଭାଷାରେ ତାକୁ ଲାଇନକୁ ଆଣିବା ପାଇଁ ପୋଲିସର ସ୍ପେଶାଲ ଟିମ ପ୍ରସ୍ତୁତ ହେଉଛି l

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...