ସୁବର୍ଣ୍ଣପୁର, (୦୫/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଏଫ୍ସିଆଇରୁ ଆନ୍ଦ୍ରାଡେରା ଯିବା ରାସ୍ତାର ରେଳ ଫାଟକ ନିକଟରେ ଅଭାବନୀୟ ଘଟଣା ଘଟିଛି ।
ସ୍କୁଟିରେ ଯାଉଥିବା ଦୁଇ ଜଣ ମହିଳାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ସୁନା ଚେନ୍ ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ । ଏପରିକି ଲୁଟ୍ କରିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ଘଟଣା ସିସିଟିଭିରେ କ୍ୟାମେରାରେ କଏଦ ହୋଇଛି । ଘଟଣାରୁ ପ୍ରକାଶ ଯେ , ଡୁଙ୍ଗୁରିପାଲି ଥାନା ଅଧିନସ୍ଥ ଖୁଣ୍ଟପାଲି ର ଶାସ୍ତ୍ରୀ ନଗର ଠାରେ ରହୁଥିବା କେ ମୁରଲୀ କ୍ରିଷ୍ଣାଙ୍କ ପତ୍ନୀ କେ ସ୍ୱାତୀ ଓ ତାଙ୍କ ଝିଆରୀ କେ ଜ୍ୟୋତି ଡୁଙ୍ଗୁରିପାଲି ରେ ବଜାର କାମ ସାରି ନିଜ ସ୍କୁଟି ରେ ଘରକୁ ଫେରୁଥିଲେ ।
ଉକ୍ତ ରେଳ ଫାଟକ ନିକଟରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସୁନା ଚେନ ଲୁଟ କରି ନେଇ ଯାଇଥିଲେ । ଦିନକୁ ଦିନ ଅଞ୍ଚଳରେ ଚୋରୀ, ଡକାୟତି, ରାହାଜାନି ଭଳି ଘଟଣା ବୃଦ୍ଧି ପାଉଥିବାରୁ ଅଞ୍ଚଳରେ ଭୟର ବାତା ବରଣ ସୃଷ୍ଟି ହୋଇଛି । ଥାନାରେ ଅଭିଯୋଗ ହେବା ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ଚଢ଼ାଉ କରୁଥିବା ବେଳେ ତଦନ୍ତ ଜାରି ରଖିଛି ।

