ଟିଟିଲାଗଡ଼ ପୁଲିସ ଦ୍ୱାରା ଚୋରି ହୋଇଥିବା ୨୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ୯ ହଜାର ନଗଦ ଟଙ୍କା ସହ ଦୁଇ ଚୋର ଗିରଫ

Date:

Share post:

ଟିଟିଲାଗଡ଼, (୧୦/୦୬) : ଆପ୍ର : ଟିଟିଲାଗଡ଼ ପୁଲିସ ଦିନ ଦ୍ୱିପ୍ରହରରେ ଘଟିଥିବା ଏକ ବଡ଼ ଚୋରି ଘଟଣାର ସଫଳତାର ସହ ପର୍ଦାଫାସ କରି ଜଣେ ଅଭିଯୁକ୍ତ ଏବଂ ଜଣେ ନାବାଳକ (CCL)ଙ୍କୁ ଗିରଫ କରିଛି ।

ଏ ନେଇ ଏକ ପ୍ରେସ ମିଟ ଆୟୋଜିତ କରି ପୋଲିସ ସୁଚନା ଦେଇଛି । ସୁଚନା କ୍ରମେ , ଟିଟିଲାଗଡ ଥାନା ମାମଲା ସଂଖ୍ୟା 206, ତାରିଖ 08 ଜୁନ 2026, ଧାରା 331(3)/305(ଏ) BNS ଅନୁଯାୟୀ ଅବ୍ଦୁଲ ଅକବର ଖାନ (58), ନିବାସୀ ହାଟପଡା ପଡ଼ା, ୱାର୍ଡ ନଂ 14ଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗକାରୀ ସଇଁତଲା ଥାନା ଅଞ୍ଚଳର କରମତଲା ଗାଁରେ ଏକ ବିବାହ ଉତ୍ସବକୁ ଯାଇଥିଲେ। ଅନୁପସ୍ଥିତି ରେ ଅଜ୍ଞାତ ଚୋରମାନେ ଘର ପଛ ଦ୍ୱାରର ତାଲା ଭାଙ୍ଗି ଘରେ ପଶି ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିଲେ।

ଏହି ମାମଲା ନେଇ SDPO ଯଶୱନ୍ତ ପ୍ରଧାନୀ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ମୁଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ଏହି ଟିମର ତଦନ୍ତକାରୀ ଅଧିକାରୀ SI ପି.କେ. ଦୁରିଆ ଗ୍ରାମ ଦୋରଲୋ ନିବାସୀ ୨୨ ବର୍ଷୀୟ ଅଙ୍ଗଦ ରାଣା, ପିତା:- ଲଖପତି ରାଣା ତଥା ଜଣେ ବିଧି-ବିରୋଧୀ ବାଳକ (CCL)ର ସମ୍ପୃକ୍ତି ସାମ୍ନାକୁ ଆଣିଥିଲେ । ପଚରାଉଚରା ଆଧାରରେ ପୁଲିସ ପ୍ରାୟ 22 ଲକ୍ଷ ଟଙ୍କା ମୂଲ୍ୟର ସୁନା ହାର, ମାଙ୍ଗ ଟିକା, ବାଜୁବନ୍ଦ, ମୁଦି, ଝୁମୁକା, ଲକେଟ, ସୁନା ମୁଦ୍ରା ସମେତ ବିଭିନ୍ନ ଅଳଙ୍କାର ଜବତ କରିଥିଲା । ଏହା ବ୍ୟତୀତ 9 ହଜାର ଟଙ୍କା ନଗଦ, ଦୁଇଟି ମୋବାଇଲ୍ ଫୋନ୍ ତଥା ଘଟଣାରେ ବ୍ୟବହୃତ ଏକ ପଲସର ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି । ଏହି କେସ୍ ରେ ଥାନା ଅଧିକାରୀ ମନୋଜ କୁମାର ମୁଣ୍ଡା, SI କେ.କେ. ଜାନୀ ଏବଂ SI ପି.କେ. ଦୁରିଆ, ଟି.ବି. କିଷାନ, ଏସ.କେ. ରାଉତ, ASI କେ. ପ୍ରଧାନଙ୍କ ସମେତ ସ୍ୱତନ୍ତ୍ର ପୁଲିସ ଟିମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

LEAVE A REPLY

Please enter your comment!
Please enter your name here

spot_img

Related articles

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ପରିବର୍ତ୍ତନ; ଏଣିକି ବିନା ନୋଟିସରେ ଆଉ ବାତିଲ ହେବନି ଦଳ

ଭୁବନେଶ୍ୱର, (୧୦/୦୬) : ଆପ୍ର : ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ସଙ୍ଗେ ସଙ୍ଗେ ଡ୍ରାଇଭିଂ...

ପେଟ୍ରୋଲ ଢ଼ାଳି ଶ୍ୱଶୁର, ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ

ବାରିପଦା, (୧୦/୦୬) : ଆପ୍ର : ବାରିପଦାରେ ଅଭାବନୀୟ ଘଟଣା। ମଦ୍ୟପ ଜ୍ୱାଇଁ ପେଟ୍ରୋଲ ଢ଼ାଳି ପୋଡି ଦେଲା ଶ୍ୱଶୁର ଓ ଶାଶୁ ଙ୍କୁ...

ଅବଧି ଶେଷ ଔଷଧ ଖାଇ ଆଶାକର୍ମୀଙ୍କ ଝିଅ ମୃତ

କେନ୍ଦୁଝର, (୧୦/୦୬) : ଆପ୍ର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ବର୍ଷୀୟ ଝିଅ...

ରାସ୍ତାରେ ଛକି ବସିଥିଲା ଜମ, କଣ୍ଟେନର ଧକ୍କାରେ ୨ ମୃତ

କଳାହାଣ୍ଡି //ନର୍ଲା, (୧୦/୦୬) : ଆପ୍ର : ଗାଡ଼ିରୁ ଧାନ ଖାଲି କରିବାକୁ ରାଇସ ମିଲ୍ ଆସିଥିଲେ । ଛକି ବସିଥିଲା ଜମ ।...