Homelocalଗରମରୁ ମରିଗଲେ ୭ ହଜାର କୁକୁଡ଼ା, ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ

ଗରମରୁ ମରିଗଲେ ୭ ହଜାର କୁକୁଡ଼ା, ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ

କଣ୍ଟାମାଳ, (୧୦/୦୬) : ଆପ୍ର : ଗରମରେ କଲବଲ ହେଉଛି ସାରା ଓଡ଼ିଶା । ଏହି ଗରମରେ ମଧ୍ୟ କୋଉଠି ବିଦ୍ୟୁତ କାଟ ହେଉଛି ତ ପୁଣି କେଉଁଠି ଗଛପଡ଼ି କରେଣ୍ଟ ଆସୁନି ।

ଏଥିସହ ଗରମରେ ମଧ୍ୟ କେତେକ ଲୋକ ମରିବି ଯାଉଛନ୍ତି । କଉଠି ମଣିଷ ମରୁଛନ୍ତି ତ କଉଠି ଜୀବଜନ୍ତୁ । ସେହିଭଳି ଏକ ଅଘଟଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବିଦ୍ୟୁତ ବିଭାଗର ଅବହେଳାରୁ ମରିଗଲେ ହଜାର ହଜାର କୁକୁଡ଼ା । ବୌଦ୍ଧ ଜିଲ୍ଲା ପଳସାଗୋରା ପଞ୍ଚାୟତ ଡ଼େଙ୍ଗପଦର ଗାଁର ପଞ୍ଚାନନ ସାହୁ ବ୍ୟାଙ୍କରୁ ଋଣ ଆଣି କୁକୁଡ଼ା ଚାଷ କରିଥିଲେ । ବାରମ୍ବାର ବିଜୁଳି ବିଭ୍ରାଟ ଯୋଗୁଁ ପାଖାପାଖି ୭ ହଜାର କୁକୁଡା ମରିଥିବା ଅଭିଯୋଗ ହୋଇଛି । ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିବା ପଞ୍ଚାନନ କହିଛନ୍ତି । ଏ ନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । ତେଣେ ଆଇବି କମ୍ପାନୀ ଶାଖା ପରିଚାଳକ କହିଛନ୍ତି ଚାଷୀଙ୍କୁ ବିଶେଷ କ୍ଷତି ହେବାକୁ ଦେବୁ ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments