ଅବଧି ଶେଷ ଔଷଧ ଖାଇ ଆଶାକର୍ମୀଙ୍କ ଝିଅ ମୃତ

Date:

Share post:

କେନ୍ଦୁଝର, (୧୦/୦୬) : ଆପ୍ର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ବର୍ଷୀୟ ଝିଅ ହୀରାମଣି ନାଏକଙ୍କର ଏକ୍ସପାରି ମେଡିସିନ୍‌ ଖାଇବାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି ।

ସିଂପୁର ଏଏନଏମ ସେଣ୍ଟରର ଏକ୍ସପାରି ମେଡିସିନ୍‌ ଖାଇ ମୃତ୍ୟୁ ଅଭିଯୋଗ କରିଛନ୍ତି ପରିବାରର ଲୋକ । ଗତ ଗୁରୁବାର ସନ୍ଧ୍ୟାରେ ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ ବର୍ଷୀୟ ଝିଅ ହୀରାମଣୀ ନାଏକ ଓ ୧୩ ବର୍ଷୀୟ ପୁଅ ଗଗନ ନାଏକଙ୍କୁ ଜ୍ବର ହୋଇଥିଲା। ଆଶାକର୍ମୀ ଶ୍ରୀଦେବୀ ସିଂପୁର ଏଏନଏମ କେନ୍ଦ୍ରରୁ ଔଷଧ ଆଣି ଉଭୟଙ୍କୁ ଦେଇଥିଲେ । ଏହି ମେଡିସିନ୍‌ର ୨ଟା ଡୋଜ୍‌ ଉଭୟଙ୍କୁ ଦେବାପରେ ସେମାନେ ଗୁରୁତର ହୋଇ ପଡ଼ିଥିଲେ । ଏହି ଔଷଧ ଏଏନଏମ କେନ୍ଦ୍ରରୁ ଏଏନଏମ ଗୌରିମଣି ମହାନ୍ତ ଆଶା ଶ୍ରୀଦେବୀ ନାଏକଙ୍କୁ ଦେଇଥିଲେ ।

ଏହାପରେ ଗୁରୁତର ପୁଅ ଓ ଝିଅଙ୍କୁ ପ୍ରଥମେ ବାଂଶପାଳ ଓ ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୋମବାର ସକାଳେ ନାବାଳିକା ଝିଅ ହୀରାମଣିଙ୍କ ମୃତ୍ୟୁ ଘଟିଛି। ଏପରି ଏକ୍ସପାରି ମେଡ଼ିସିନ୍‌ ଦେଇଥିବା ଏଏନଏମ ଦିଦିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ସଦସ୍ୟ । ଅନ୍ୟପଟେ ମୃତକଙ୍କ ମା’ ଶ୍ରୀଦେବୀ ଅଭିଯୋଗ କରିଛନ୍ତି ଯେ, ଲଗାତାର ଜ୍ୱର ନ କମିବା କାରଣରୁ ଏହା ମସ୍ତିଷ୍କକୁ ଆକ୍ରାନ୍ତ କରିଥିଲା । ତେବେ ଏ ସଂକ୍ରାନ୍ତରେ ଏଏନଏମ ଦିଦିଙ୍କୁ ପଚାରିବାରୁ ସେ ଓଲଟା ଗାଳି ଦେଇ ସମସ୍ତେ ଏହି ଔଷଧ ଖାଉଛନ୍ତି ବୋଲି କହିଥିବା ଶ୍ରୀଦେବୀ ଅଭିଯୋଗ କରିଛନ୍ତି ।

ମୃତ କନ୍ୟାର ପିତା ଚରଣ ନାଏକ କହିଛନ୍ତି ଯେ, ତାଙ୍କ ଝିଅ ମେଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥିଲା । ଯାହା ଏଏନଏମ ଦିଦି ପରୀକ୍ଷା କରି ଜାଣି ସୁଦ୍ଧା ଏକ୍ସପାରି ଔଷଧ ଦେବାରୁ ଝିଅର ମୃତ୍ୟୁ ଘଟିଛି । ଏଏନଏମ ଦିଦି ଦେଇଥିବା ମେଡ଼ିସିନ୍‌ ୨୦୨୬ମସିହା ଫେବୃଆରୀ ମାସରୁ ଏକ୍ସପାରି ହୋଇଛି ବୋଲି ପିତା ଚରଣ କହିଛନ୍ତି । ଅନ୍ୟପଟେ ଗୁରୁତର ଝିଅ ଓ ପୁଅଙ୍କୁ ତୁରନ୍ତ ମେଡ଼ିକାଲ ନେବା ପାଇଁ ୧୦୮କୁ ଫୋନ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ଆସି ନ ଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଆଦେଶ ଦେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ପରିବର୍ତ୍ତନ; ଏଣିକି ବିନା ନୋଟିସରେ ଆଉ ବାତିଲ ହେବନି ଦଳ

ଭୁବନେଶ୍ୱର, (୧୦/୦୬) : ଆପ୍ର : ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ସଙ୍ଗେ ସଙ୍ଗେ ଡ୍ରାଇଭିଂ...

ପେଟ୍ରୋଲ ଢ଼ାଳି ଶ୍ୱଶୁର, ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ

ବାରିପଦା, (୧୦/୦୬) : ଆପ୍ର : ବାରିପଦାରେ ଅଭାବନୀୟ ଘଟଣା। ମଦ୍ୟପ ଜ୍ୱାଇଁ ପେଟ୍ରୋଲ ଢ଼ାଳି ପୋଡି ଦେଲା ଶ୍ୱଶୁର ଓ ଶାଶୁ ଙ୍କୁ...

ରାସ୍ତାରେ ଛକି ବସିଥିଲା ଜମ, କଣ୍ଟେନର ଧକ୍କାରେ ୨ ମୃତ

କଳାହାଣ୍ଡି //ନର୍ଲା, (୧୦/୦୬) : ଆପ୍ର : ଗାଡ଼ିରୁ ଧାନ ଖାଲି କରିବାକୁ ରାଇସ ମିଲ୍ ଆସିଥିଲେ । ଛକି ବସିଥିଲା ଜମ ।...

ଆଗାମୀ ଦୁଇ ଦିନ ଯାଏ ତାପମାତ୍ରାରେ ପରିବର୍ତ୍ତନ ନାହିଁ, ଲାଗି ରହିବ ଗରମ ଗୁଳୁଗୁଳି

ଭୁବନେଶ୍ୱର, (୧୦/୦୬) : ଆପ୍ର : ଆଗାମୀ ଦୁଇ ଦିନ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଲାଗି ରହିବ...