ହାତୀ ଦେଖିବା ପଡିଲା ମହଙ୍ଗା, ହାତୀ ଆକ୍ରମଣରେ ଯୁବକ ଗୁରୁତର

Date:

Share post:

ଯୋଡା, (୦୫/୦୬) : ଆପ୍ର : କେନ୍ଦୁଝର ଜିଲ୍ଲାରେ ବଡ଼ ଅଘଟଣ । ହାତୀ ଦେଖିବାକୁ ଯାଇ ହଟହଟ୍ଟା ଯୁବକ । ହାତୀ ଆକ୍ରମଣରେ ଯୁବକ ଗୁରୁତର ହୋଇଛି ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଝାଲିଆବେଡ଼ା ଜଙ୍ଗଲରେ ଅଘଟଣ ଦେଖାଦେଇଛି । ଆହାତ ଯୁବକ ହେଲେ ଜ୍ୟୋତିପୁର ଗ୍ରାମର ଶୁଭମ୍ କର । ଝାଲିଆବେଡ଼ା ଜଙ୍ଗଲ ଅଞ୍ଚଳରେ ଦୁଇଟି ହାତୀ ଥିବା ଖବରପାଇ ସ୍ଥାନୀୟ କିଛି ଯୁବକଙ୍କ ସହ ଶୁଭମ୍ ହାତୀଙ୍କୁ ଦେଖିବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ । ହଠାତ ଏକ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା । ହାତୀଟି ଶୁଣ୍ଢରେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଭଣ୍ଡା ମେଡିକାଲରେ ଭର୍ତ୍ତି କଲା ବନବିଭାଗ । ଜଙ୍ଗଲ ଭିତରକୁ ନଯିବା ପାଇଁ ବନବିଭାଗ ଲୋକଙ୍କୁ ସଚେତନ କରିଛି । ଏଥିସହ ବନଜନ୍ତୁଙ୍କ ନିକଟକୁ ଯାଇ ଫଟେ ଉତ୍ତେଳନ ନକରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର // ଦେଓଗାଁ, (୦୫/୦୬) : ଆପ୍ର : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ...

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ପାଚେର ଗ୍ରାମରେ ଶୋକର ଛାୟା

ଖପ୍ରାଖୋଲ, (୦୫/୦୬) : ଆପ୍ର : ଗୁରୁବାର ଅପରାହ୍ନରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପଡ଼ିଆବାହାଲ ପଞ୍ଚାୟତର ପାଚେର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ନୀତି କାନ୍ତି ପାଇଁ ହେବ ଆଲୋଚନା

ପୁରୀ, (୦୫/୦୬) : ଆପ୍ର : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ...