Homelocalବାହୁଡ଼ା ଯାତ୍ରାରେ ଜି.ସି.ଡ଼ି ୱାକର୍ଷ କ୍ଳବ୍ ପକ୍ଷରୁ ପ୍ରସାଦ ବଣ୍ଟନ

ବାହୁଡ଼ା ଯାତ୍ରାରେ ଜି.ସି.ଡ଼ି ୱାକର୍ଷ କ୍ଳବ୍ ପକ୍ଷରୁ ପ୍ରସାଦ ବଣ୍ଟନ

ରାୟଗଡା, (୨୪/୦୭) : ଆପ୍ର : “ସେବା ହିଁ ପରମ ଧର୍ମ” ଏହି ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ଜି.ସି.ଡ଼ି ୱାକର୍ଷ କ୍ଲବର ସଦସ୍ୟ – ସଦସ୍ୟା।

ବାହୁଡ଼ା ଯାତ୍ରା ଅବସରରେ ଜି.ସି.ଡି ୱାକର୍ଷ କ୍ଲବ୍ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରସାଦ ବଣ୍ଟନ। ଆଜି ପ୍ରାୟ ପାଞ୍ଚ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଥିବା ପ୍ରସାଦ ଅତି ଆନନ୍ଦ ଓ ଉତ୍ସାହର ସହିତ ଗ୍ରହଣ କରିଥିଲେ ବାହୁଡା ଯାତ୍ରା ଦେଖିବକୁ ଆସୁଥିବା ଭକ୍ତମାନେ । କୋଟି ଓଡ଼ିଆଙ୍କ ମଉଡ ମଣି, ଉତ୍କଳର ଗୌରବ, ଶ୍ରୀଜଗନ୍ନାଥଙ୍କ ପ୍ରସାଦ ଟିକେ ପାଇବା ପାଇଁ କିଏ ଅବା ନ ଚାହିଁବ ! ଆଜି ସକାଳୁ ୧୦ଘଣ୍ଟିକା ସମୟରେ ଜି.ସି.ଡି ୱାକର୍ଷର ସମସ୍ତ ସଦସ୍ୟ ଓ ସଦସ୍ୟା ପହଞ୍ଚି ଯାଇଥିଲେ ବଡ଼ ଦାଣ୍ଡରେ । ସ୍ଥାନୀୟ ପୁରୁଣା ପୁଲିସ ଷ୍ଟେସନ୍ ନିକଟରେ ଆରମ୍ଭ ହୋଇଥିଲା ପ୍ରସାଦ ବଣ୍ଟନ । ଜି.ସି.ଡି ୱାକର୍ଷ କ୍ଳବ୍ ଆଜକୁ ଦଶ ବର୍ଷ ଧରି ବାହୁଡ଼ା ଯାତ୍ରା ଦିନ ଏହିଭଳି ପ୍ରସାଦ ବଣ୍ଟନ, ପାନୀୟ ଜଳର ସେଵା କରନ୍ତି ।

ଉପସଭାପତି ବିବେକାନନ୍ଦ ସାହୁ ଏବଂ ଜାମୀ ରାଜାଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସେବା କାର୍ଯ୍ୟ ଦ୍ୱିପହର ପର୍ୟ୍ୟନ୍ତ ଚାଲିଥିଲା । ଏହି ଅବସରରେ ଅନ୍ତର୍ଜାତୀୟ ୱାକର୍ସ କ୍ଲବର ଅଞ୍ଚଳିକ ପାର୍ଷଦ ୱାକର୍ କିଶୋର ଚନ୍ଦ୍ର ପଣ୍ଡା, ଆଞ୍ଚଳିକ ସଂଯୋଜକ ୱାକର୍ ଟି. ଜୟରାମ, ଆଞ୍ଚଳିକ ସଂଯୋଜକ ୱାକର୍ ସତ୍ୟବାଦୀ ପତି, ସାଇପ୍ରିୟା ୱାକର୍ସ କ୍ଲବର ପ୍ରତିଷ୍ଠାତା ସଭାପତି ୱାକର୍ ସୁବାସ ବେହେରା, ସାଇପ୍ରିୟା ୱାକର୍ଷ ସଭାପତି ଜୟକୃଷ୍ଣ ପ୍ରଧାନଙ୍କ ସମେତ ରାୟଗଡା ଜିଲ୍ଲାର ବିଭିନ୍ନ ୱାକର୍ସ କ୍ଲବର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ ।

ସଭାପତି ଜଗନ୍ନାଥ ସାହୂ, ଉପ ସଭାପତି ଜାମି ରାଜା, ସମ୍ପାଦକ ମୁଚି ରବି, ଯୁଗ୍ମ ସମ୍ପାଦକ କିନ୍ତାଲି ସୁରେଶ କୁମାର, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ବାରିକ, ସୁରେନ୍ଦ୍ର ପ୍ରସାଦ ସାହୂ, ଆଇନଜିବୀ ମନୋଜ କୁମାର ରଥ, ଦୀପକ କୁମାର ପୃଷ୍ଟି, ଚିନ୍ନାରି ବିଜୟ ମୋହନ, ଶଶି ଭୂଷଣ ପଟନାୟକ, ଡି. ପି ବାବୁ, ଅମର ପାତ୍ର, ମହେଶ ରତନ ଏବଂ ଜୋଲି ୱାକରର୍ସ ଗୁଡ଼ଲ୍ଲା ନେହେରୁଙ୍କ ସହ ଗୋପିନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । କ୍ଳବ୍ ର ପ୍ରତ୍ୟେକ ସଦସ୍ୟ ନିଜ ନିଜ ଦାୟିତ୍ୱକୁ ନିଷ୍ଠାପର, ଶୃଙ୍ଖଳିତ ଓ ସେବାଭାବ ସହିତ ସମ୍ପାଦନ କରିଥିଲେ । ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଭକ୍ତଙ୍କ ସମାଗମରେ ପ୍ରସାଦ ଅନ୍ନ ପ୍ରସାଦ ବଣ୍ଟନ ସ୍ଥଳ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା ।

ପ୍ରସାଦ ସେବନ କରିବା ପରେ ଅତ୍ୟନ୍ତ ତୃପ୍ତି ଲାଭ କରିଥିଲେ । ସଦସ୍ୟ ମାନଙ୍କୁ ଆଶୀର୍ବାଦ ଦେଇଥିଲେ । ଜି .ସି.ଡ଼ି ୱାକର୍ସ କ୍ଲବର ଏହି ନିଷ୍କାମ ସେବାକୁ ସ୍ଥାନୀୟ ଅଂଚଳରେ ପ୍ରଶଂସାର ସୁଅ ଛୁଟିଛି । ସେବା ହିଁ ପରମ ଧର୍ମ” ଏହି ଶବ୍ଦ ଖାଲି ଅକ୍ଷରରେ ସୀମିତ ନ ରହି ସ୍ୱତଃ ପ୍ରବୃତ୍ତ ଭାବରେ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ସବୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ଜିସିଡି ୱାକର୍ଷ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments