ଗୁଡାରୀ, (୨୨/୯) : ଆପ୍ର : ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗୁଡାରୀରେ ୧୨ ଘଣ୍ଟିଆ ବନ୍ଦ ଡାକରା । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି ।
ଗୁଡ଼ାରୀ ରେ ଦୋକାନ ବଜାର, ସ୍କୁଲ କଲେଜ ,ବ୍ୟାଙ୍କ ବନ୍ଦ କରାଯାଇଛି । ଯାନବାହାନ ଚଳାଚଳ ବନ୍ଦ ରହିଛି । ରାସ୍ତା ଓ ଯୋଗାଯୋଗ ସମସ୍ୟାର ସମାଧାନ,ଗୁଡ଼ାରୀ-ବଂଶଧାରା ସେତୁ ରାସ୍ତା ନିର୍ମାଣ, ଗୁଡ଼ାରୀ-ବିଷମକଟକ ଦୁଇ ଲେନ୍ ରାସ୍ତା ନିର୍ମାଣ, ଗୁଡ଼ାରୀ ରୁ ଭୁବନେଶ୍ୱର-କଟକକୁ ରାତ୍ରିକାଳୀନ ସରକାରୀ ବସ୍ ଚଳାଚଳ, ଗୁଡ଼ାରୀକୁ ଏକ୍ସପ୍ରେସ୍ୱେ ସହ ସଂଯୋଗ ଦାବି ନେଇ ଏହି ବନ୍ଦ ପାଳନ କରାଯାଇଛି । ସହର ର ଝିଲିମିଲି ଛକରେ ପିକେଟିଙ୍ଗ କରି ନାରାବାଜି ଦେବା ସହ ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଛି । ଏହି ବନ୍ଦ ପାଳନ ରେ ବିଜେଡି, ସିପିଆଇ ଏମଏଲ ଲିବରେସନ ଓ ଯୁବକ ମାନେ ସାମିଲ ହୋଇଥିଲେ ।

