ଭୁବନେଶ୍ୱର, (୧୮/୦୭) : ଆପ୍ର : ଆୟୁଷ୍ମାନ କାର୍ଡରେ ମିଳିବ କର୍କଟ ରୋଗ ଚିକିତ୍ସା ।
ଏଣିକି ଆୟୁଷ୍ମାନ ଭାରତ କାର୍ଡରେ ମିଳିବ କ୍ୟାନସର୍ ଚିକିତ୍ସା ସୁବିଧା । ଏନେଇ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ବଜେଟରେ ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନା ସାମିଲ ହୋଇଛି । ୧୨୧ଟି ପ୍ୟାକେଜକୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ସାମିଲ କରିଛୁ । ଏହା ଭିତରେ କ୍ୟାନସର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କ୍ୟାନସର ଚିକିତ୍ସା ବାବଦ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

