Homeaccidentଘର ଭିତରକୁ ମାଡ଼ିଗଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଲୋକେ

ଘର ଭିତରକୁ ମାଡ଼ିଗଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଲୋକେ

ଗଞ୍ଜାମ, (୨୬/୦୭) : ଆପ୍ର : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର ଆର୍. ଦମୋଦରପଲ୍ଲୀ ଗ୍ରାମରେ ରବିବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି ।

ବାଲି ବୋଝେଇ ଏକ ହାଇୱା ଭାରସାମ୍ୟ ହରାଇ ସିଧାସଳଖ ଏକ ବାସଗୃହ ଭିତରକୁ ପଶିଯାଇଥିବାରୁ ଘରଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସମୟରେ ଘର ଭିତରେ ଲୋକ ଥିଲେ ମଧ୍ୟ ଭାଗ୍ୟବଶତଃ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘର ଭିତରକୁ ମାଡ଼ିଗଲା ବାଲି ବୋଝେଇ ହାଇୱା । ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ଲୋକେ । ଗଞ୍ଜାମ ଧରାକୋଟ ବ୍ଲକ୍ ଆର.ଦମୋଦର ପଲ୍ଲୀରେ ଦୁର୍ଘଟଣା ଘଟିଛି ।

ସୋରଡ଼ା ପଟୁ ଏକ ହାଇୱା ବାଲି ବୋଝେଇ କରି ଆସିକା ଦେଇ ଯିବା ସମୟରେ ଭାରସାମ୍ୟ ହରାଇ ଘର ଭିତରେ ପଶିଯାଇଥିଲା । ଦୁର୍ଘଟଣାରେ ହାଇୱା ଡ୍ରାଇଭର ଗୁରୁତର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ପାଇ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି । ହାଇୱାଟି କିପରି ଭାରସାମ୍ୟ ହରାଇଲା ଏବଂ ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣ ଏଥିପାଇଁ ଦାୟୀ କି ନାହିଁ, ସେନେଇ ପୋଲିସ ଖୋଳତାଡ଼ ଚଳାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments