Homebreaking newsରାଜଧାନୀରେ ଚାଞ୍ଚଲ୍ୟ, ଟାଟା ମୋର୍ଟର୍ସ ସାମ୍ନାରୁ ମିଳିଲା ମୁଣ୍ଡବିହୀନ ମୃତଦେହ

ରାଜଧାନୀରେ ଚାଞ୍ଚଲ୍ୟ, ଟାଟା ମୋର୍ଟର୍ସ ସାମ୍ନାରୁ ମିଳିଲା ମୁଣ୍ଡବିହୀନ ମୃତଦେହ

ଭୁବନେଶ୍ବର, (୨୬/୦୭) : ଆପ୍ର : ରାଜଧାନୀ ଭୁବନେଶ୍ୱର ର ବରମୁଣ୍ଡା ଅଞ୍ଚଳରେ ରବିବାର ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବରମୁଣ୍ଡା ଟାଟା ମୋର୍ଟସ ସାମ୍ନାରୁ ମିଳିଲା ମୁଣ୍ଡ ବିହୀନ ଅଜଣା ମୃତଦେହ

ଭୋର ୪ଟା ସମୟରେ କେହି ହତ୍ୟା କରି ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ମୃତକଙ୍କ ପରିଚୟ ଖୋଜିବା ସହ ଏହା ଦୁର୍ଘଟଣା ନା ହତ୍ୟା, ତାହାର ତଦନ୍ତ କରୁଛି ପୋଲିସ । ଘଟଣାସ୍ଥଳ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଏହାସହ ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ବିଭିନ୍ନ ଥାନାକୁ ସୂଚନା ପଠାଇବା ସହ ନିଖୋଜ ବ୍ୟକ୍ତିଙ୍କ ତାଲିକା ଯାଞ୍ଚ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments