Homebreaking newsଖଣ୍ଡଗିରି ହତ୍ୟାକାଣ୍ଡରେ ପୋଲିସର ବଡ଼ ଆକ୍ସନ, ୨ ଜଣ ଅଟକ

ଖଣ୍ଡଗିରି ହତ୍ୟାକାଣ୍ଡରେ ପୋଲିସର ବଡ଼ ଆକ୍ସନ, ୨ ଜଣ ଅଟକ

ଭୁବନେଶ୍ୱର, (୩୦/୦୬) : ଆପ୍ର : ଖଣ୍ଡଗିରି ହତ୍ୟାକାଣ୍ଡରେ ପୋଲିସର ବଡ଼ ଆକ୍ସନ । ୨ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।

ରାଜଧାନୀରେ ଯୁବକ କୃଷ୍ଣ ପାଢ଼ୀଙ୍କ ବିଭତ୍ସ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ହତ୍ୟାକାରୀଙ୍କ ନିକଟରେ ପହଞ୍ଚିବାକୁ ପୋଲିସ ସେମାନଙ୍କୁ ପଚରାଉଚରା ଚଳାଇଛି । କୃଷ୍ଣ ପାଢ଼ୀଙ୍କୁ ପ୍ରେମ ପାଇଁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । କଲେଜ ପ୍ରେମ ପାଇଁ କୃଷ୍ଣ ପାଢ଼ୀଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେବେ ଗତକାଲି ଶୋଇଥିବା ବେଳେ କୃଷ୍ଣ ପାଢ଼ୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା କୋଳଥିଆ ଛକରେ ମୁଖାପିନ୍ଧା ଦୁର୍ବୃତ୍ତମାନେ କୃଷ୍ଣଙ୍କ ଘରେ ପଶି ଲୁହା ରଡରେ ଆକ୍ରମଣ କରିଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିବା ବେଳେ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀ ଓ ଭଉଣୀ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ମୃତ କୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ । ତାଙ୍କ ପରିବାର ପ୍ରାୟ ୨୦ ବର୍ଷ ଧରି କୋଳଥିଆରେ ରହୁଥିଲେ । କାହା ସହ ସେମାନଙ୍କର ପୂର୍ବ ଶତ୍ରୁତା ନଥିଲା ବୋଲି କହିଛନ୍ତି ପରିବାର ଲୋକ । ଅପରପକ୍ଷେ ସମସ୍ତ ଦିଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments