Homelocalସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଅନୁଷ୍ଠିତ

ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର ,(୨୮/୦୬): ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ମାଣିକେଶ୍ବରୀ ଶିବମନ୍ଦିର ବଲାଡିଠାରେ ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସମସ୍ତ ବ୍ରାହ୍ମଣ ଦେବତା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା l ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସଭାରେ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା lWhatsApp Image 2026 06 29 at 6.05.22 AM 3

ବ୍ରାହ୍ମଣ ଏକତା ଏବଂ ସାଙ୍ଗଠନିକ ହେଵା ନେଇ ଏହି ସଭାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଜାତି ଭିତ୍ତିକ ସଂରକ୍ଷଣ ବନ୍ଦକରି ଅର୍ଥନୈତିକ ଦୁର୍ବଳତା ପରିବାର କୁ ସଂରକ୍ଷଣ ଦିଆଯାଉ ଏବଂ ବ୍ରାହ୍ମଣ ସମାଜ ର ଉନ୍ନତି ସହ ଅନ୍ୟ ସମାଜ ର ଉନ୍ନତି ହେବା ନେଇ ମତ ବ୍ୟକ୍ତ କରିଥିଲେ l ଏହି ସଭାରେ ମୁଖ୍ୟ ବକ୍ତା ଭାବେ ସିଦ୍ଧେଶ୍ୱର ପାଣିଗ୍ରାହୀ, ବଲାଙ୍ଗୀର, ରାଜ୍ୟ ଆଞ୍ଚଳିକ ସଭାପତି ଏବଂ ଅଖିଳ ଓଡିଶା ବ୍ରାହ୍ମଣ ମହାସଭା, ଭୁବନେଶ୍ୱର ଏବଂ ସଦସ୍ୟ ସର୍ବଭାରତୀୟ ବ୍ରାହ୍ମଣ ଫେଡେରେସନ, ହରିଦ୍ୱାର ଏବଂ ସମ୍ମାନୀୟ ଅତିଥି ଭାବେ ପ୍ରଶାନ୍ତ କୁମାର ଶତପଥି,ସଭାପତି ଉଲୁଣ୍ଡା ବ୍ଲକ ବ୍ରାହ୍ମଣ ସଭା, ସନ୍ତୋଷ କୁମାର ପଣ୍ଡା,ସଂଗଠକ ବିନିକା ବ୍ଲକ ବ୍ରାହ୍ମଣ ସଭା, ଗୋବିନ୍ଦ ଚନ୍ଦ୍ର ମିଶ୍ର ସଂଗଠକ, ସୋନପୁର ସହର ବ୍ରାହ୍ମଣ ସଭା,ବୈକୁଣ୍ଠ ଶତପଥି ସମାଜ ସେବୀ,ଆଦି କନ୍ଦ ବାବୁ ପ୍ରମୁଖ ମଞ୍ଚାସିନ ଥିଲେ l

ସର୍ବସମତି କ୍ରମେ ଆଦିତ୍ୟ ପ୍ରସାଦ ମିଶ୍ର ସଭାପତି, ସୂର୍ଯ୍ୟନାରାୟଣ ପାଢ଼ୀ କାର୍ଯ୍ୟକାରୀ ସଭାପତି, ଗିରିଶ ଚନ୍ଦ୍ର ମିଶ୍ର ଉପସଭାପତି, ରମେଶ ମିଶ୍ର ସଂପାଦକ, ବଳରାମ ଦାସ ସହ ସମ୍ପାଦକ, ଅନ୍ତର୍ଜାମୀ ମିଶ୍ର କୋଷଧ୍ୟକ୍ଷ୍,ଗିରିଶ ଚଦ୍ର ମିଶ୍ରଙ୍କୁ ସହ କୋଷାଧ୍ୟକ୍ଷ ଚୟନ କରାଗଲା l ଏହି କାର୍ଯ୍ୟକ୍ରମ ରେ ବିଶେଶ୍ୱର ପାଣିଗ୍ରାହୀ, ଜ଼ିଲ୍ଲା ସଂଯୋଜକ,ଉପେନ୍ଦ୍ର ବେଜ,, ରଞ୍ଜନ ହୋତା,ରମେଶ ମିଶ୍ର ,ରାଜୀବ ଲୋଚନ ପଣ୍ଡା, ହରିଶଙ୍କର ମିଶ୍ର , ଆନନ୍ଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ଜପେନ୍ଦ୍ର ବେଜ ମଞ୍ଚ ପରିଚାଳନା କରିଥିଲେ l ସୋନପୁର ବ୍ଲକର ୧୬ ଟି ପଞ୍ଚାୟତ ରୁ ହାରାହାରି ପାଞ୍ଚ ଶହ ରୁ ଉର୍ଦ୍ଧ୍ୱ ବ୍ରାହ୍ମଣ ଯୋଗଦେଇଥିଲ l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments