Homelocalକୁଳଡିହା ଅଭୟାରଣ୍ୟରେ ବାଘ ଆତଙ୍କ, ବଳଦ ଖୋଜିବାକୁ ଯାଇ ଯୁବକ ଆକ୍ରମଣର ଶିକାର

କୁଳଡିହା ଅଭୟାରଣ୍ୟରେ ବାଘ ଆତଙ୍କ, ବଳଦ ଖୋଜିବାକୁ ଯାଇ ଯୁବକ ଆକ୍ରମଣର ଶିକାର

ନୀଳଗିରି, (୨୫/୦୭) : ଆପ୍ର : ବାଲେଶ୍ବର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ବାଘ ଆତଙ୍କ। ବଳଦ ଖୋଜିବାକୁ ଯାଇ ଜଣେ ଯୁବକ ବାଘୁଣୀ ଯମୁନାର ଆକ୍ରମଣର ଶିକାର ହୋଇଛନ୍ତି ।

ଆହତ ଯୁବକ ହେଲେ ସୁନୀଲ କୁମାର ସିଂହ । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୨୬ ବର୍ଷୀୟ ସୁନୀଲ କୁଲଡିହା ଅଭୟାରଣ୍ୟ ପାଦଦେଶରେ ଥିବା ବିଲରେ ଚାଷ କାମ କରୁଥିଲେ। ହଳ ଫିଟାଇ ଦେବାରୁ ୨ଟି ବଳଦ ଗୁହାଳକୁ ନଫେରି ଜଙ୍ଗଲ ଆଡ଼କୁ ଦୌଡିଥିଲେ । ସେମାନଙ୍କୁ ଖୋଜିବାକୁ ଯାଇ ଯୁବକ ଜଣକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିଲେ । ସୁନୀଲଙ୍କୁ ଦେଖି ବାଘୁଣୀ ତାଙ୍କ ଉପରକୁ ଲମ୍ଫ ମାରିଥିଲା ।

ଦୀର୍ଘ ସମୟ ଧରି ସେ ଜଙ୍ଗଲ ଭିତରେ ବାଘୁଣୀ ସହ ଲଢ଼ିଥିଲେ । ଯୁବକଙ୍କ ହାତ, ଗୋଡ଼ ଓ ପିଚାରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଚିତ୍କାର ଶୁଣି ସେହି ଅଞ୍ଚଳକୁ ଅନ୍ୟ ଚାଷୀମାନେ ଦୌଡ଼ି ଆସିବାରୁ ବାଘୁଣୀ ସ୍ଥାନ ଛାଡ଼ି ଜଙ୍ଗଲକୁ ପଳାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments