Homelocalନଦୀରେ ଗାଧୋଇବାକୁ ଯାଇଥିବାବେଳେ ଅଘଟଣ, ପାଣିରେ ପଡ଼ି ଜଣେ ମୃତ

ନଦୀରେ ଗାଧୋଇବାକୁ ଯାଇଥିବାବେଳେ ଅଘଟଣ, ପାଣିରେ ପଡ଼ି ଜଣେ ମୃତ

ନୀଳଗିରି, (୨୪/୦୬) : ଆପ୍ର : ନୀଳଗିରି ସୋନ ନଦୀରେ ପୁଣି ଏକ ଅଘଟଣ ଘଟିଛି । କାଠପାଳ ନିକଟସ୍ଥ ଜୁଣକୋଇଲି ଅଞ୍ଚଳରେ ପାଣିରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକ ହେଲେ ବାଡ଼ିଆ ଗାଁ’ର ସ୍ୱର୍ଗତ ଅନିରୁଦ୍ଧ ଦାଶଙ୍କ ଏକମାତ୍ର ପୁତ୍ର ସତ୍ୟଜିତ ଦାଶ । ସୂଚନା ଅନୁଯାୟୀ, ସତ୍ୟଜିତ ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ହଠାତ୍ ଗଭିର ଜଳରେ ଗୋଡ଼ ଖସି ଯାଇଥିଲା ଆଉ ବୁଡିଯାଇଥିଲେ । ପରେ ସ୍ଥାନୀୟ ଲୋକେମାନେ ସତ୍ୟଜିତକୁ ଉଦ୍ଧାର କରିଥିଲେ । ପରବର୍ତ୍ତୀ ସମୟରେ ନୀଳଗିରି ଅଗ୍ନିଶମ ବାହିନୀ ନୀଳଗିରି ପୋଲିସ ପହଞ୍ଚି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ।

ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସତ୍ୟଜିତ ପରିବାରର ଏକମାତ୍ର ପୁତ୍ର ହୋଇଥିବାରୁ ପରିବାର ଉପରେ ଦୁଃଖର ବାଦଲ ଘେଟିଆସିଛି । ସୋନ ନଦୀରେ ବାଲି ମାଫିଆଙ୍କ ଦ୍ୱାରା ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ଏଥି ପ୍ରତି ସ୍ଥାନୀୟ ପ୍ରସାଶନ ସଚେତନତା କରିବାର ଆବଶ୍ୟକତା ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments