ରାଇକିଆ, (୨୫/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ସହରର ଓ ବିଭିନ୍ନ ମୁଖ୍ୟ ରାସ୍ତାରେ ବୁଲା ଗାଈଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ରାସ୍ତା ମଝିରେ ଗାଈମାନେ ଦୀର୍ଘ ସମୟ ଧରି ଶୋଇ ରହୁଥିବାରୁ ଯାତାୟାତ ବ୍ୟାହତ ହେଉଥିବା ସହ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି । ଏଥିରେ ଯାନଚାଳକ ଆହତ ହେବା ସହ ଅନେକ ସମୟରେ ଗାଈମାନଙ୍କର ମଧ୍ୟ ଜୀବନ ହାନି ଘଟୁଛି । ସହରରେ ଏହି ସମସ୍ୟାକୁ ନେଇ ରାସ୍ତାରେବହୁ ସମସ୍ୟା।ଓ ବିଶେଷକରି ସନ୍ଧ୍ୟା ଓ ରାତ୍ରି ସମୟରେ ରାସ୍ତା ମଝିରେ ଗାଈମାନେ ଶୋଇ ରହୁଥିବାରୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଚାଳକମାନେ ସେମାନଙ୍କୁ ଠିକ୍ ସମୟରେ ଦେଖିପାରୁ ନାହାନ୍ତି । ଫଳରେ ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନଯଦି କଠୋର ପଦକ୍ଷେପ ନେଲେ ଭଲ ହୁଅନ୍ତା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମଣିଷଙ୍କ ସୁରକ୍ଷା ସହ ପଶୁମାନଙ୍କ ଜୀବନ ରକ୍ଷା ପାଇଁ ଗାଈମାନଙ୍କୁ ରାସ୍ତାରେ ଛାଡ଼ିବା ବନ୍ଦ କରିବା ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେଲେ ଭଲ ହୋଇ ଯାଇ ଥାଆନ୍ତା ବୋଲି ଜନ ସାଧରଣ ରେ ଆଲୋ ଚନା ର ବିଷୟ ।

