ହାଇୱା ସହ ଧକ୍କା ହେଲା କାର, ଚାଲିଗଲା ୨ ଜୀବନ

Date:

Share post:

ଭୁବନେଶ୍ୱର, (୨୦/୦୬) : ଆପ୍ର : ସଡ଼କ ଦୁର୍ଘଟଣାରେ ଗଲା ୨ ଜୀବନ । କେନ୍ଦ୍ରାପଡ଼ାରୁ ବ୍ରତୋପନୟନ ପାଇଁ ଏକ କାରରେ ଆସୁଥିବା ବେଳେ କମଳାଦେଇପୁର ନିକଟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ।

ନରସିଂହପୁର ମେଡିକାଲରେ ଆଲୋକ କରଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରରେ ମେଡିକାଲରେ ସୁକାନ୍ତ ନନ୍ଦ ଙ୍କର ମୃତ୍ୟୁ ହୋଇଛି । କମଳାଦେଇପୁର ଠାରେ ହାଇୱା ସହ କାରର ଧକ୍କା ହୋଇଥିଲା । ୩ ଗୁରୁତରଙ୍କୁ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ସେଥିମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଭୁବନେଶ୍ୱର ସିରିଜ ଦୁର୍ଘଟଣା ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଧର ଟୋପଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଘର ଭୁବନେଶ୍ୱରର ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନୀ ଅଞ୍ଚଳରେ ବୋଲି ସୂଚନା ମିଳିଥିଲା । ଗୁରୁତର ଆହତ ଅବସ୍ଥାରେ ଲକ୍ଷ୍ମୀଧରଙ୍କୁ ପୂର୍ବରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ...

ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ...

ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...