ଭୁବନେଶ୍ୱର, (୨୦/୦୬) : ଆପ୍ର : କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରାଜଧାନୀରେ ବୁଲିଲା ଖଣ୍ଡା । ଆପାର୍ଟମେଣ୍ଟରେ ପଶି ଛୁରୀ ଭୁଶୀ ହତ୍ୟା ।
ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ ହୋଇଛି । ଚନ୍ଦ୍ରଶେଖର ପୁର ଥାନା ଅଞ୍ଚଳରେ କେଳୁଚରଣ ପାର୍କ କଡ଼ରେ ଘଟିଛି ଘଟଣା । ନୀଳକଣ୍ଠ ମହାନ୍ତି ନାମକ ହତ୍ୟାକାରୀକୁ କାବୁ କଲା ପୋଲିସ୍ । ସୂଚନା ଅନୁସାରେ ଆପାର୍ଟମେଣ୍ଟରରେ ପୂର୍ବତନ ସଭାପତି ସୁଶିଲ ସିଂଙ୍କ ସହ ନିଳକଣ୍ଠ ସ୍ତ୍ରୀଙ୍କ ସମ୍ପର୍କ ରହିଛି ବୋଲି ସନ୍ଦେହ କରୁଥିଲେ । ଯେହେତୁ ଦୁଇ ମାସ ତଳୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସ୍ବାମୀ ସ୍ତ୍ରୀ ଅଲଗା ରହୁଥିଲେ । ଅଲଗା ରହିବ ସତ୍ତ୍ୱେ ନିଜ ସ୍ତ୍ରୀକୁ ହରାଇବାର ଭୟରେ ସୁଶିଲଙ୍କୁ ହତ୍ୟା କରିଛି ନୀଳକଣ୍ଠ । ଉଭୟଙ୍କ ମଧ୍ଯରେ ଗଣ୍ଡଗୋଳ ନେଇ ପୂର୍ବରୁ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ସେବେଠୁ କିଛି ଫଇସଲା ନହେବାରୁ ଶେଷରେ ଅଭିଯୁକ୍ତ ନୀଳକଣ୍ଠ ମହାନ୍ତି ଏପରି କାଣ୍ଡ କରିଛନ୍ତି ।

