Homereligionବିନିକା ଶୀତଳଷଷ୍ଠୀ ଶିବ ପାର୍ବତୀ ଙ୍କ ଶୁଭ ବିବାହ ସମ୍ପୂର୍ଣ୍ଣ ସଂପନ୍ନ

ବିନିକା ଶୀତଳଷଷ୍ଠୀ ଶିବ ପାର୍ବତୀ ଙ୍କ ଶୁଭ ବିବାହ ସମ୍ପୂର୍ଣ୍ଣ ସଂପନ୍ନ

ସୁବର୍ଣ୍ଣପୁର, (୨୦/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶୀତଳଷଷ୍ଠୀ ଯାତ୍ରା ଅବସରରେ ଗୁରୁବାର ବିଳମ୍ବିତ ରାତି ୧ ଟା ୩୦ ମି ରେ ଭଗବାନ ଶିବ ମାତା ପାର୍ବତୀ ଙ୍କ ଶୁଭ ବିବାହ ବୈଦିକ ରୀତି ନୀତି ଅନୁସାରେ ସମ୍ପୂର୍ଣ ହୋଇଛି ।WhatsApp Image 2026 06 20 at 16.48.08

ରଥ ପଡା ମନ୍ଦିର ରୁ ବାବା ବିଶେଶ୍ୱରଙ୍କୁ ମହା ଆଡମ୍ବର ରେ ହଜାର ହଜାର ଶିବ ଭକ୍ତ ଗଣ ସପ୍ତ ରୁଷି ଦେବ ଗଣ ମାନେ ଘଣ୍ଟ ଶଙ୍ଖ ତୁରୀ ମହୁରୀ ବୀର ବାଜା ବଜାଇ ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଦୁର୍ଗା ମନ୍ଦିର କୁ ବହୁ ବିଳମ୍ବିତ ରାତିରେ ପହଞ୍ଚି ଥିଲେ । ହିମାଦ୍ରୀ ନଗରୀ ତଥା ଉର୍ଲେ ଗ୍ରାମ ବାସୀ ବର ଯାତ୍ରୀଙ୍କୁ ପାଛୋଟି ଆଣି ଥିଲେ । କୈଳାସ ନଗରୀ ରୁ ହିମାଦ୍ରୀ ନଗରୀ ପର୍ଯ୍ୟନ୍ତ ବୀରବାଦ୍ୟ ରୋଷଣୀ ରେ ସାରା ସହର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବିନିକା ମା ଦୁର୍ଗା ଙ୍କ ମନ୍ଦିର ରେ ମାତା ପାର୍ବତୀ ଓ ବାବା ବିଶେଶ୍ୱର ଙ୍କ ବିବାହ ପୁରୋହିତ ରୁଷି ମାନଙ୍କ ମନ୍ତ୍ର ପାଠ ରେ ବିବାହ ସମ୍ପୂର୍ଣ ହୋଇଥିଲା । ବର ପିତା ରଂଜିତ ପଣ୍ଡା, ବର ମାତା ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର,କନ୍ୟା ପିତା ରଂଜିତ ପଣ୍ଡା, ମାତା ଲିପିକା ପଣ୍ଡା,କନ୍ୟା ଦାନ କରିଥିଲେ ।WhatsApp Image 2026 06 20 at 16.48.07

ସର୍ବେଶ୍ୱର ପୁରୋହିତ, ଉମା ବଲ୍ଲଭ ଷଡ଼ଙ୍ଗୀ, ବିବାହ କାର୍ଯ୍ୟରେ ପରୋହିତ୍ୟ କରିଥିଲେ । ପରେ ହିମାଦ୍ରୀ ନଗରୀ ଉର୍ଲେ ଗ୍ରାମବାସୀ ବରଯାତ୍ରା ଙ୍କୁ ସୁ ମିଷ୍ଟାନ ଅର୍ଣ୍ଣ ପରିବେଷଣ କରିଥିଲେ । ଶୁକ୍ରବାର ରାତି ପ୍ରାୟ ଆଠଟା ସମୟରେ ବିନିକା ପୁରୁଣା ବସ ଷ୍ଟାଣ୍ଡ ରେ ଥିବା ଦୁର୍ଗା ମନ୍ଦିର ଠାରୁ ପ୍ରସେସନ୍ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । କମିଟିର ସଭାପତି ପୁର୍ଣ ଚନ୍ଦ୍ର ମେହେର, ସମ୍ପାଦକ ସମ୍ବିତ ନେପାକଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ପୁଲିସ ପ୍ରଶାସନ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments