Homelocalକାଜୁ ଜଙ୍ଗଲରେ ୬ ହାତୀ, ନିକଟକୁ ନଯିବାକୁ ଲୋକଙ୍କୁ ସତର୍କବାଣୀ

କାଜୁ ଜଙ୍ଗଲରେ ୬ ହାତୀ, ନିକଟକୁ ନଯିବାକୁ ଲୋକଙ୍କୁ ସତର୍କବାଣୀ

କୁଚିଣ୍ଡା, (୦୮/୧୦) : ଆପ୍ର : ସମ୍ବଲପୁରରେ ହାତୀ ଆତଙ୍କ । କୁଚିଣ୍ଡାର ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି ୬ଟିକିଆ ହାତୀପଲ । ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।

ହାତୀଙ୍କୁ ଘଉଡାଇବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏବେ ହାତୀପଲ ନିକଟସ୍ଥ କାଜୁ ଜଙ୍ଗଲରେ ରହିଛନ୍ତି । ହାତୀ ପାଖକୁ ନଯିବାକୁ ସତର୍କ କରାଯାଉଛି ବନବିଭାଗ । ବର୍ତ୍ତମାନ ହାତୀପଲ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ରହିଥିବା ଜଣାପଡ଼ିଛି । ହାତୀଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଛି । ହାତୀପଲକୁ ସୁରକ୍ଷିତ ଭାବେ ଜନବସତିଠାରୁ ଦୂରକୁ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଅନ୍ୟପଟେ, ହାତୀପଲ ନିକଟରେ ଭିଡ଼ ନକରିବା ଏବଂ କୌଣସି ପରିସ୍ଥିତିରେ ହାତୀଙ୍କ ନିକଟକୁ ନଯିବା ପାଇଁ ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି । ହାତୀଙ୍କୁ ଉତ୍ତେଜିତ ନକରିବା ସହ ଦୂରତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ହାତୀପଲର ଗତିବିଧି ଉପରେ ନଜର ରଖି ଲୋକଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments