ଖୋର୍ଦ୍ଧା, (୦୮/୧୦) : ଆପ୍ର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଦ୍ୱାରା ଓଡ଼ିଶାର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେଉଛି ।
ସରକାରଙ୍କ ସମସ୍ତ ଯୋଜନା ସମାଜର ଶେଷ ପାହାଚରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ । ରାଜ୍ୟ ସରକାର ମଧ୍ୟ ଶିକ୍ଷା କ୍ଷେତ୍ରରେ ନୂଆ ପଦକ୍ଷେପ ନେଇ ‘କେଜିରୁ ପିଜି’ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨୪ ବର୍ଷର ସରକାର ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଇନଥିଲେ । ରାଜ୍ୟବାସୀଙ୍କୁ ଆୟୁଷ୍ମାନ ଯୋଜନାର ସୁବିଧାରୁ ଦୂରେଇ ରଖାଯାଇଥିଲା ।
ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଗରିବ ଓ ଆବଶ୍ୟକତାରେ ଥିବା ଲୋକମାନେ ସୁଲଭ ଓ ଗୁଣାତ୍ମକ ଚିକିତ୍ସା ସେବା ପାଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗରିବ ପରିବାରଗୁଡ଼ିକ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇ ଦିଆଯାଉଛି । ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରାଯାଉଛି । ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପ ଆଗକୁ ବଢ଼ୁଛି । ରାଜ୍ୟରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

