କୁଚିଣ୍ଡା, (୨୬/୦୮) : ଆପ୍ର : ସମାଧାନ କରିବାକୁ ଆସିଲେ ବଳି ପଡିଲେ । ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ମୃତ ।
ଝିଅ ଜ୍ୱାଇଁଙ୍କ ମଧ୍ୟରେ ଲାଗିଥିବା ପାରିବାରିକ କଳହର ସମାଧାନ କରିବାକୁ ଆସି ହତ୍ୟାକାଣ୍ଡର ଶିକାର ହେଲେ ଶ୍ୱଶୁର । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ । ମଙ୍ଗଳବାର ଝିଅ ଜ୍ୱାଇଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଦିନକୁ ଦିନ ବିବାଦ ବଢ଼ିବା ସହ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ଏ ସମ୍ପର୍କରେ ଖବର ପାଇ ଦୁଇ ଜଣଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ ଶ୍ବଶୁର । ହେଲେ ତାଙ୍କୁ ଜ୍ବାଇଁର ଆକ୍ରୋଶର ଶିକାର ହେବାକୁ ପଡ଼ିଲା ।
ସେପଟେ ପୋଲିସ ଘଟଣା ସଂପର୍କରେ ଜାଣି ଆତ୍ମସମର୍ପଣ କରିଥିବା ଜ୍ୱାଇଁଙ୍କୁ ଅଟକ ରଖି ଜେରା କରୁଛି । ଏହାସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ର ମଧ୍ୟ ସହଯୋଗ ନେଇପାରେ ବୋଲି ସମ୍ଭାବନା ରହିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ହତ୍ୟା କରାଗଲା, ଜେରା ପରେ ହିଁ ସବିଶେଷ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି ।

