Homelocalରାୟଗଡ଼ା ଶାନ୍ତିନଗରରେ ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ରାୟଗଡ଼ା ଶାନ୍ତିନଗରରେ ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ରାୟଗଡ଼ା, (୦୮/୧୦) : ଆପ୍ର : ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶାନ୍ତିନଗରରେ ଅଭାବନୀୟ ଘଟଣା ।

ମୃତ ଦୁଇ ନାବାଳିକା ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁ’ର ୧୨ ବର୍ଷୀୟ ନିଲୁ କାଡ୍ରାକା ୧୨ ବର୍ଷୀୟ କାମି ତିଆକା । ଦୁଇ ନାବାଳିକା ଶାନ୍ତିନଗର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ । ଉଭୟ ନାବାଳିକା ବଡ଼ନାୟକଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଖବର ପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments