ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

Date:

Share post:

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ ।

ଏହି ଅବସରର ଜେ.କେ କାଗଜ କଳର ପୁର୍ବତନ ଅଧ୍ୟକ୍ଷ ରାୟଗଡ଼ା ରକ୍ତ ଭଣ୍ଡାର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ବିନୟ ଦ୍ଵିବେଦୀ ଉଦଘାଟନ କରିଥିଲେ। ଏହି ଶିବିରରେ କାଗଜ କଳର କର୍ମଚାରୀ ଓ ତାଙ୍କ ପରିବାର ବର୍ଗ ରକ୍ତଦାନ କରିଥିବା ବେଳେ, ମୋଟ ୧୬୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଉଦଘାଟନ ସମାରୋହରେ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ),ସନ୍ଦୀପ ପାଣ୍ଡେ, ମହାପ୍ରବନ୍ଧକ ମାନବ ସମ୍ବଳ ବିକାଶ ଜେକେ ଡିସ୍ପେନ୍ସାରି ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କେ ଭି ଆର୍ ରାଓ ଓ ଡଃ.କେ ଶ୍ରୀକାନ୍ତ ଉପସ୍ଥିତ ଥିଲେ । ରାୟଗଡା ରକ୍ତ ଭଣ୍ଡାରର ଡା. ସୁଦୀପ୍ତ କୁମାର ରାମ, ଡା କେ ନବୀନ, ସହାୟକ ଉମାକାନ୍ତ ମିଶ୍ର, ଜଗନ୍ ରାଜ୍ ପଟ୍ଟନାୟକ, ଉଷା ରାଣୀ ବେହୁରିଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଜେକେ କାଗଜ କଳର ଜନକଲ୍ୟାଣ ବିଭାଗର ଉପ- ମହାପ୍ରବନ୍ଧକ ରଞ୍ଜିତ କୁମାର ଦାସ, ଶିବପ୍ରସାଦ ରଥ, ସହ ପ୍ରବନ୍ଧକ, ଶିବଙ୍କର ପଣ୍ଡା, ସିନିୟର ଅଫିସର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ...

ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...

ବିନିକା ଶୀତଳଷଷ୍ଠୀ ଶିବ ପାର୍ବତୀ ଙ୍କ ଶୁଭ ବିବାହ ସମ୍ପୂର୍ଣ୍ଣ ସଂପନ୍ନ

ସୁବର୍ଣ୍ଣପୁର, (୨୦/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶୀତଳଷଷ୍ଠୀ ଯାତ୍ରା ଅବସରରେ ଗୁରୁବାର ବିଳମ୍ବିତ ରାତି ୧ ଟା ୩୦ ମି...