ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

Date:

Share post:

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ ଦୁଆରମୁହଁରେ ସରକାରୀ ସେବା ପହଞ୍ଚିପାରିବ, ସେଥିପାଇଁ ରାଜ୍ୟ ସରକାର ଏକ ବୃହତ୍‌ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ।

ଆସନ୍ତା ୨୦ ଜୁନ୍‌ରୁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’ ଆୟୋଜନ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟବ୍ୟାପୀ ସରକାରୀ ଜନସଂପର୍କ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏହି ଜନକଲ୍ୟାଣ ଶିବିର ଆୟୋଜିତ ହେବ । ଏହା ମାଧ୍ୟମରେ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ହେବା ସହ ସରକାରୀ ଯୋଜନାର ସଚେତନତା, ହିତାଧିକାରୀ ଚିହ୍ନଟ, ପଞ୍ଜୀକରଣ, ଅଭିଯୋଗ ଗ୍ରହଣ ଏବଂ ସୁବିଧା ବଣ୍ଟନକୁ ଏକ ମଞ୍ଚରେ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ତିନି ଦିନିଆ କାର୍ଯ୍ୟକ୍ରମ, ତିନିଟି ମୁଖ୍ୟ ଫୋକସ୍‌

ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସାଧାରଣତଃ ତିନି ଦିନ ଧରି ଏହି ଶିବିର ଚାଲିବ। ପ୍ରଥମ ଦିନରେ ଜନକଲ୍ୟାଣ ଶିବିରର ଉଦ୍‌ଘାଟନ ସହ ହିତାଧିକାରୀ ସହାୟତା ଶିବିର ଆୟୋଜନ କରାଯିବ। ଏଥିରେ ଲୋକଙ୍କ ପଞ୍ଜୀକରଣ, ଦସ୍ତାବିଜ ଯାଞ୍ଚ, ତଥ୍ୟ ସଂଶୋଧନ, ଇ-କେୱାଇସି ବିଭିନ୍ନ ଯୋଜନାରେ ସାମିଲ ହେବାର ସୁବିଧା ଉପଲବ୍ଧ ହେବ। ଜନସାଧାରଣଙ୍କ ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ ପାଇଁ ସ୍ୱତନ୍ତ୍ର ‘ଗ୍ରିଭାନ୍ସ କଲେକ୍ସନ ବକ୍ସ’ ମଧ୍ୟ ରଖାଯିବ।

ଦ୍ୱିତୀୟ ଦିନରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବ​‌େ​‌ୟା ବନ୍ଦନା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମଧୁ ବାବୁ ପେନ୍‌ସନ ଯୋଜନା, ମାଧୋସିଂହ ହାତଖର୍ଚ୍ଚ ଯୋଜନା, ସୁଭଦ୍ରା ଯୋଜନା, ପିଏମ୍‌ ସ୍ୱନିଧି, ଲକ୍ଷପତି ଦିଦି, ପିଏମ୍‌ ସୂର୍ୟ୍ୟଘର ମାଗଣା ବିଦ୍ୟୁତ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ବସୁନ୍ଧରା ଯୋଜନା ଅଧୀନରେ ପଟ୍ଟା ବଣ୍ଟନ, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅଧିକାର ପ୍ରଦାନ, ଶ୍ରମିକ କାର୍ଡ, ସିଏମ୍‌-କିଷାନ ସମେତ ଅନ୍ୟାନ୍ୟ ଯୋଜନାର ସୁବିଧା ପ୍ରଦାନ କରାଯିବ।

ତୃତୀୟ ଦିନ ‘ସୁଭଦ୍ରା ଶକ୍ତି ସମାବେଶ’ ଆୟୋଜନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ମହିଳାମାନଙ୍କୁ ନେଇ ଏହି କାର୍ୟ୍ୟକ୍ରମରେ ମହିଳା ସଶକ୍ତିକରଣ, ଜୀବିକା ବିକାଶ, ଶିଶୁ ବିକାଶ ଓ ସରକାରୀ ଯୋଜନାର ସଫଳତା ଉପରେ ଆଲୋଚନା ହେବ। ଏହାସହ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱଚ୍ଛତା ଅଭିଯାନ ଚାଲିବ ଏବଂ ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପରିବେଶ ଗଠନରେ ସାମିଲ କରାଯିବ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ...

ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...

ବିନିକା ଶୀତଳଷଷ୍ଠୀ ଶିବ ପାର୍ବତୀ ଙ୍କ ଶୁଭ ବିବାହ ସମ୍ପୂର୍ଣ୍ଣ ସଂପନ୍ନ

ସୁବର୍ଣ୍ଣପୁର, (୨୦/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶୀତଳଷଷ୍ଠୀ ଯାତ୍ରା ଅବସରରେ ଗୁରୁବାର ବିଳମ୍ବିତ ରାତି ୧ ଟା ୩୦ ମି...